ଆଇଟି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣଛି ବୋଲି ଡେଙ୍ଗୁରା ପିଟୁଥିବା ବିଜେପି ନିଜ ଅଫିସିଆଲ୍‌ ୱେବସାଇଟ୍‌କୁ ୧୧ ଦିନ ହେବ ଠିକ୍‌ କରି ପାରିନାହିଁ

ନୂଆଦିଲ୍ଲୀ: ବିଜେପିର ଦଳୀୟ ୱେବସାଇଟ ୧୧ ଦିନ ହେବ ହ୍ୟାକ୍‌ ହେବା ପରେ ମଧ୍ୟ ଏହା ଏଯାଏଁ ଆକ୍ଟିଭ ହୋଇନାହିଁ। ଗତ ମାର୍ଚ୍ଚ ୫ ତାରିଖରୁ ଏହି ୱେବସାଇଟ ହ୍ୟାକ୍‌ ହୋଇଥିଲା। ଏହାସହ ସାଇଟର ହୋମପେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜର୍ମାନ ଚାନସେଲର ଆଞ୍ଜେଲ ମର୍କେଲଙ୍କ ଫଟୋ ଦେଖିବାକୁ ମିଳିଥିଲା। କିନ୍ତୁ ଏହାପରେ ଲଗାତାର ୧୦ ଦିନ ହେବ ଏହି ୱେବସାଇଟ ବନ୍ଦ ହୋଇ ରହିଥିବା ବେଳେ ଦଳ ପକ୍ଷରୁ ଏକ ବାର୍ତ୍ତା ଦିଆଯାଇଛି। ଯେଉଁଥିରେ ଦଳୀୟ ୱେବ ସାଇଟ ମରାମତି କରାଯାଉଥିବା ଉଲ୍ଲେଖ ରହିଛି। ଖୁବଶୀଘ୍ର ୱେବ ସାଇଟ ଆକ୍ଟିଭ ମୋଡକୁ ଆସିବ ବୋଲି ଦର୍ଶାଯାଇଛି।

୧୧ ଦିନ ହେବ ଏହି  ୱେବ ସାଇଟ ହ୍ୟାକ୍‌ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ଗ୍ରୁପକୁ ଏଥିପାଇଁ ଦାୟୀ କରାଯାଇ ନାହିଁ। ତେବେ ମାର୍ଚ୍ଚ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ବିଜେପିର ୱେବ ସାଇଟ ମାତ୍ର କିଛି ମିନିଟ୍‌ ପର୍ଯ୍ୟନ୍ତ ହ୍ୟାକ୍‌ କରାଯାଇଥିଲା। ସମାଜରେ କିଛି ଦୃଷ୍ଟ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି। କିନ୍ତୁ ହ୍ୟାକ୍‌ ହେବାର କିଛି ସମୟ ମଧ୍ୟରେ ୱେବ ସାଇଟକୁ ନିୟନ୍ତ୍ରଣ କରାଯାଇଥିଲା। ମାତ୍ର କେବେ ଯାଏଁ ୱେବ ସାଇଟ୍  ଆକ୍ଟିଭ ମୋଡକୁ ଆସିବ ତାହା ସ୍ପଷ୍ଟ କରିନଥିଲେ ରବିଶଙ୍କର।

ତେବେ ସାଇବର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୧୧ ଦିନ ପରେ ମଧ୍ୟ ୱେବ ସାଇଟକୁ ଠିକ୍‌ କରାଯାଇନାହିଁ। ଯାହା ଏକ ଆଶ୍ଚର୍ଯ୍ୟର କଥା। ସାଧାରଣତଃ ୱେବ ସାଇଟକୁ ଠିକ୍‌ କରିବା ପାଇଁ ୨ରୁ ୩ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ବିଜେପି  ୱେବ ସାଇଟଚ ହ୍ୟାକ୍‌ ହେବାର ୧୧ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଠିକ୍‌ ହୋଇପାରି ନାହିଁ। ଗୋଟିଏ ପକ୍ଷେ ବିଜେପି ଆଇଟି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେଉଥିବା ନେଇ କହି ଆସୁଥିବା ବେଳେ ନିଜର ୱେବ ସାଇଟ ଠିକ୍‌ କରିବାକୁ ୧୧ ଦିନରୁ ଅଧିକ ସମୟ ନେବା ମୋଦି ସରକାରଙ୍କ ଆଇଟି ବିଫଳତାକୁ ପଦାରେ ପକାଇଛି।

ସମ୍ବନ୍ଧିତ ଖବର