କାଶ୍ମୀରରେ ପଥର ଫିଙ୍ଗାଳିଙ୍କ ଉପରୁ ମାମଲା ପ୍ରତ୍ୟାହାରକୁ ବିଜେପିର ବିରୋଧ 

ନୂଆଦିଲ୍ଲୀ : ଆଗାମୀ ପବିତ୍ର ରମଜାନ ମାସ ଓ ଅମରନାଥ ଯାତ୍ରା ସମୟରେ କାଶ୍ମୀରରେ ସେନା ପକ୍ଷରୁ ଅସ୍ତ୍ରବିରତି ପାଳନ ଲାଗି ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଦେଇଥିବା ପ୍ରସ୍ତାବକୁ ଭାରତୀୟ ସେନା ପ୍ରତ୍ୟାଖ୍ୟାନ କରି ଦେଇଥିବାବେଳେ ବିଜେପି ମଧ୍ୟ ସେନା ସପକ୍ଷରେ ରହିଛି ।

ରାଜ୍ୟ ସରକାରରେ ସହଯୋଗୀ ଥିବା ବିଜେପି ଏ ପ୍ରସଙ୍ଗରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଦେଇଛି । ଅସ୍ତ୍ରବିରତି ତ ଦୂରର କଥା ପଥର ଫିଙ୍ଗାଳିଙ୍କ ଉପରୁ ରାଜ୍ୟ ସରକାର ମାମଲା ପ୍ରତ୍ୟାହାର ପାଇଁ ନେଇଥିବା ନିଷ୍ପତ୍ତିକୁ ମଧ୍ୟ ଦଳ ବିରୋଧ କରିଛି । ରାଜ୍ୟ ବିଜେପି ମୁଖପାତ୍ର ଅରୁଣ ଗୁପ୍ତା କହିଛନ୍ତି ଯେ ଯେଉଁମାନେ ଭାରତର ଆଇନ ଓ ସମ୍ବିଧାନକୁ ମାନୁନାହାନ୍ତି ସେମାନଙ୍କ ପ୍ରତି କୋହଳତା ଦେଖାଇବାର କୌଣସି କାରଣ ନାହିଁ । ପ୍ରଥମ ଥର ପାଇଁ ପଥର ପିଙ୍ଗିଥିବା ଯୁବକମାନଙ୍କ ଉପରୁ ମାମଲା ପ୍ରତ୍ୟାହାର କରି ସେମାନଙ୍କୁ ସୁଧୁରିବାକୁ ସରକାର ସୁଯୋଗ ଦେଇଛନ୍ତି । କିନ୍ତୁ ଯେଉଁମାନେ ସୁଧୁୁରିବାକୁ ଚାହୁଁ ନାହାନ୍ତି , ମୁଖ୍ୟ ସ୍ରୋତକୁ ଆସିବାକୁ ଚାହୁଁନାହାନ୍ତି, ସେମାନଙ୍କ ପ୍ରତି ଆମକୁ କଠୋର ହେବାକୁ ହେବ ।

ଗତ କାଲି ସେନା ସ୍ପଷ୍ଟ କରିଦେଇଥିଲା ଯେ ସେ ରମଜାନ ମାସ ହେଉ ବା ଅମରନାଥ ଯାତ୍ରା ଆତଙ୍କବାଦୀ ସଂପୂର୍ଣ୍ଣ ନିପାତ ନ ହେବା ପର୍ଯ୍ୟନ୍ତ ଅପରେସନ ଚାଲୁ ରହିବା ଉଚିତ ।

ସମ୍ବନ୍ଧିତ ଖବର