ମୋଦିଙ୍କ ସହରରେ ବିଜେପି ପ୍ରାର୍ଥୀଙ୍କ ପରାଜୟ

ଅହମଦାବାଦ୍‌: ଲଗାତାର ଷଷ୍ଠଥର ପାଇଁ ବିଜେପି ଗୁଜରାଟରେ କ୍ଷମତା ବଜାୟ ରଖିଥିଲେ ବି ଏହା ରାଜ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆସନରେ ପରାଜୟ ବରଣ କରିଛି। ମୋଦି ମ୍ୟାଜିକ୍‌ରେ ଗୁଜରାଟରେ ବିଜେପିର ବାଜିମାତ୍‌ ହୋଇଥିଲେ ହେଁ ଖୋଦ୍‌ ମୋଦିଙ୍କ ଗୃହ ସହର ବଡ଼ନଗରରେ ବିଜେପି ହାରିଛି। ବଡ଼ନଗରରର ଉନ୍‌ଝା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପିର ନାରାୟଣଭାଇ ଲାଲୁଦାସ ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ ଆଶା ପଟେଲ ୧୯,୧୨୪ ଭୋଟ୍‌ରେ ହରାଇ ଦେଇଛନ୍ତି। ୨୦୧୨ ମସିହାରେ ବିଜେପି ବିଧାୟକ ନାରାୟଣ ପଟେଲ ଏହି ଆସନରୁ ପାଖାପାଖି ୨୫,୦୦୦ ଭୋଟ୍‌ରେ ଆଶାଙ୍କୁ ହରାଇଥିଲେ। ତେବେ ଉନ୍‌ଝାରୁ ୪୦ ପ୍ରତିଶତ ଜନସାଧାରଣ ପଟିଦାର ସମ୍ପ୍ରଦାୟର ହୋଇଥିବାରୁ ଏଠାରେ ବିଜେପିକୁ ପରାଜୟ ବରଣ କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର