ରାଜସ୍ଥାନ-ମଧ୍ୟପ୍ରଦେଶରେ ବିଜେପିକୁ ଝଟ୍‌୍‌କା

ସିଏସ୍‌ଡିଏସ୍‌-ଲୋକନୀତି ସର୍ଭେ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ସବୁଠାରୁ ବଡ଼ ଦଳ ହେବା ସତ୍ତ୍ୱେ କ୍ଷମତାରୁ ଦୂରରେ ରହିବାକୁ ବାଧ୍ୟ ହୋଇଥିବା ବିଜେପିକୁ ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ରେ ମଧ୍ୟ ବଡ଼ ଝଟ୍‌୍‌କା ମିଳିବ ବୋଲି ସିଏସ୍‌୍‌ଡିଏସ୍‌-ଲୋକନୀତି ପକ୍ଷରୁ କରାଯାଇଛି ଜନମତ ସର୍ଭେରୁ ଜଣାପଡ଼ିଛି । ଚଳିତ ବର୍ଷ ଶେଷ ଆଡ଼କୁ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଥିବା ବେଳେ ଏଠାରେ ବିଜେପି ସ୍ଥିତି ଖରାପ ଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ମୁତାବକ ରାଜସ୍ଥାନରେ ବିଜେପିକୁ ୩୯ ପ୍ରତିଶତ, କଂଗ୍ରେସକୁ ୪୪ ପ୍ରତିଶତ ଏବଂ ଅନ୍ୟଙ୍କୁ ୧୭ ପ୍ରତିଶତ ଭୋଟ୍‌ ମିଳିବା ସମ୍ଭାବନା ରହିଛି। ୨୦୧୩ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ୪୫.୧୭ ପ୍ରତିଶତ, କଂଗ୍ରେସକୁ ୩୩.୦୭ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୨୧.୭୫ ପ୍ରତିଶତ ଭୋଟ୍‌ ମିଳିଥିଲା। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ଏବେ ବିଜେପିର ୧୫୩ ବିଧାୟକ ଅଛନ୍ତି। ମଧ୍ୟପ୍ରଦେଶରେ ବିଜେପି ସରକାରର ପରାଜୟ ଘଟିବ ଏବଂ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ସର୍ଭେରୁ ଜଣାପଡ଼ିଛି। ସର୍ବେ ଅନୁଯାୟୀ ମଧ୍ୟ ପ୍ରଦେଶରେ ବିଜେପିର ବଡ଼ ବିପର୍ଯ୍ୟୟ ହେବ। ଗତ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟରେ ୪୪.୮୮ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ୩୬.୩୮ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୧୮.୭୪ ପ୍ରତିଶତ ଭୋଟ୍‌ ମିଳିଥିଲା। ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପିର ଏବେ ୧୬୫ ବିଧାୟକ ଥିବା ବେଳେ କଂଗ୍ରେସର ୫୮ ବିଧାୟକ ଅଛନ୍ତି। ସିଏସ୍‌୍‌ଡିଏସ୍‌୍‌-ଲୋକନୀତି ଦ୍ୱାରା ଏହି ସର୍ଭେ ୨୮ ଏପ୍ରିଲ ୨୦୧୮ରୁ ୧୭ ମେ ୨୦୧୮ ମଧ୍ୟରେ କରାଯାଇଥିଲା। ସର୍ଭେରେ ୧୫ ହଜାର ୮୫୯ ଲୋକଙ୍କ ମତାମତ ନିଆଯାଇଥିଲା।

ସମ୍ବନ୍ଧିତ ଖବର