ପ୍ରିୟଙ୍କାଙ୍କ ପ୍ରବେଶ ପରେ ବିଜେପିର ଟିପ୍ପଣୀ : କଂଗ୍ରେସ ଘୋଷଣା କରିଦେଲା କି ରାହୁଲ ଗାନ୍ଧି ଫେଲ୍‌

ନୂଆଦିଲ୍ଲୀ : ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ନେଇ ବିଜେପି  ପ୍ରତିକ୍ରିୟା ରଖିଛି । ବୁଧବାର ଦିନ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସଂପାଦକ ଭାବରେ ନିଯୁକ୍ତି ଦିଆଯିବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ପ୍ରିୟଙ୍କାଙ୍କ ରାଜନୀତିରେ ପ୍ରବେଶ ରାହୁଲଙ୍କ ଅଯୋଗ୍ୟତାର ପ୍ରମାଣ ଦେଉଛି । ଆଜି କଂଗ୍ରେସ ରାହୁଲ ଗାନ୍ଧି ରାଜନୀତି କରିବାରେ ଅସଫଳ ବୋଲି ଘୋଷଣା କରିଛି ।

NDTV.com

ଅନ୍ୟ ପକ୍ଷରେ ବିଜେପି ତରଫରୁ ଔପଚାରିକ ପ୍ରତିକ୍ରିୟା ଦେଇ ପ୍ରବକ୍ତା ସମ୍ବିତ୍‌ ପାତ୍ର କହିଛନ୍ତି, ଆଜି ପରିବାରରେ ରାଜ୍ୟାଭିଷେକ ହୋଇଛି । ଆମେ କଂଗ୍ରେସକୁ ଶୁଭେଚ୍ଛା ଜଣାଉଛୁ । ଶେଷରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ଅସଫଳତାକୁ ଘୋଷଣା କରିଛି । ଆଜି ନୂଆ ଭାରତ ଏହି ପ୍ରଶ୍ନ କରୁଛି-ନେହେରୁଜୀ,ଇନ୍ଦିରାଜୀ,ରାଜୀବଜୀ,ସୋନିଆଜୀଙ୍କ ପରେ ରାହୁଲଜୀ, ପ୍ରିୟଙ୍କା ଭଦ୍ରାଜୀ, ଆଗକୁ କିଏ?ବୋଲି କହିଛନ୍ତି ସମ୍ବିତ୍‌ ପାତ୍ର ।

ସୂଚନା ମୁତାବକ, ପ୍ରିୟଙ୍କା ଗାନ୍ଧୀଙ୍କୁ ପୂର୍ବ ଉତ୍ତର ପ୍ରଦେଶର ସାଧାରଣ ସଂପାଦକ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ସେ ଫେବୃଆରି ପ୍ରଥମ ସପ୍ତାହରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର