ସୋସିଆଲ୍‌ ମିଡିଆରେ ଅଧିକ ସକ୍ରିୟ ହେବାପାଇଁ ପ୍ରସ୍ତୁତ ହେଉଛି ଭାଜପା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା) ବି ଏ କ୍ଷେତ୍ରରେ ପଛରେ ପଡ଼ି ନାହିଁ। ଏବେ ଭାଜପା ସୋସିଆଲ୍‌ ମିଡିଆରେ ଅଧିକ ସକ୍ରିୟ ହେବାପାଇଁ ପ୍ରସ୍ତୁତ ହେଉଛି। ଏହା ମାଧ୍ୟମରେ ଯୁବ ଭୋଟରଙ୍କ ନିକଟତର ହେବାକୁ ଚାହୁଁଛି ଦଳ।

ଭାଜପାର ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ରାମଲାଲ କାର୍ଯ୍ୟକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ନିଜର ମନୋଭାବ ସୋସିଆଲ ମିଡିଆରେ ପ୍ରକାଶ କରନ୍ତୁ। ମୋଦୀ ସରକାରଙ୍କର ସଫଳତା ସଂପର୍କରେ ସୋସିଆଲ ମିଡିଆରେ ପ୍ରଚାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

 

କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍‌ବାସି ନକ୍‌ଭି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ସବୁଠାରୁ ବଡ଼ ପୁଞ୍ଜି ହେଉଛନ୍ତି ଏହାର କାର୍ଯ୍ୟକର୍ତ୍ତା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସରକାରଙ୍କ ସବୁ ଅଭିଯାନରେ ସାମିଲ ହୋଇଥିବା ଲୋକଙ୍କ ପାଖରେ ତା’ର ସଫଳତା କିପରି ପହଞ୍ଚିପାରିବ,ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ।ଏହାକୁ ଭାଜପାର ଯୁବା ପ୍ଲାନ୍‌ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର