ବିଭିନ୍ନ ଜଟିଳ ସମସ୍ୟାର ସମାଧାନ ପାଇଁ ବିଜେପି ତାଙ୍କ ଉପରେ ନିର୍ଭର କରୁଥିଲା : ଆଡଭାନୀ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେପିର ସବୁଠାରୁ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ସେ କହିଛନ୍ତି ଯେ ଜେଟଲୀ ଥିଲେ ବିଜେପିର ସଂକଟ ମୋଚକ । ଦଳ ସମ୍ମୁଖୀନ ହୋଇଥିବା ଅନେକ ଜଟିଳ ସମସ୍ୟାର ସେ ସମାଧାନ କରିପାରିଥିଲେ । ଏଣୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦଳ ତାଙ୍କ ଉପରେ ନିର୍ଭର କରୁଥିଲା ବୋଲି ଆଡଭାନୀ କହିଛନ୍ତି ।
ଆଡଭାନୀ କହିଛନ୍ତି “ଅରୁଣଜୀ ଜଣେ ବିଚକ୍ଷଣ ଆଇନଜ୍ଞ ହେବା ସହ ସେ ଜଣେ ଉତ୍ତମ ସାଂସଦ ଓ ଜଣେ ଭଲ ପ୍ରଶାସକ ଥିଲେ । ସେ ଥିଲେ ଦଳର ଜଣେ ଉତ୍ସର୍ଗୀକୃତ କର୍ମୀ । ମୁଁ ବିଜେପିର ସଭାପତି ଥିବାବେଳେ ସେ ଦଳର କୋର କମିଟିକୁ ଉନ୍ନୀତ ହୋଇଥିଲେ ଓ ପରେ ଦଳର ଜଣ ଗୁରୁତ୍ୱପୂର୍ଣ୍ଣ ସଦସ୍ୟରେ ପରିଣତ ହୋଇଥିଲେ ।”
ସୂଚନାଯୋଗ୍ୟ ଯେ, ଶନିବାରଦିନ ନୂଆଦିଲ୍ଲୀ ଏମ୍ସରେ ୬୬ ବର୍ଷ ବୟସରେ ଅରୁଣ ଜେଟଲୀଙ୍କ ନିଧନ ହୋଇଥିଲା ।

ସମ୍ବନ୍ଧିତ ଖବର