୧୬ଦିନ ପରେ ମଧ୍ୟ ଅଚଳ ହୋଇ ପଡ଼ି ରହିଛି ବିଜେପିର ହ୍ୟାକ୍‌ ହୋଇଥିବା େଓ୍ଵବ୍‌ସାଇଟ୍‌

ନୂଆଦିଲ୍ଲୀ : ୧୬ଦିନ ପୂର୍ବରୁ ହଠାତ୍‌ ବିଜେପିର େଓ୍ଵବ୍‌ସାଇଟ୍‌ ହ୍ୟାକ୍‌ ହେବାର ଖବର ମିଳିଥିଲା । କିନ୍ତୁ ୧୬ଦିନ ପରେ ମଧ୍ୟ ଏ ପର୍ଯ୍ୟନ୍ତ େଓ୍ଵବ୍‌ସାଇଟ୍‌ଟି ଚାଲୁ ହୋଇ ପାରି ନଥିବା ଜଣା ପଡ଼ିଛି । ମାର୍ଚ୍ଚ ୫ରେ େଓ୍ଵବ୍‌ସାଇଟ୍‌ ହ୍ୟାକ୍‌ ହେବା ପରେ ଆମେ ଖୁବ୍‌ ଶୀଘ୍ର ଫେରିବୁ । ଏବେ େଓ୍ଵବ୍‌ସାଇଟ୍‌ର କାମ ଜାରି ରହିଛି । ଆମେ ଖୁବ୍‌ ଶୀଘ୍ର ଅନ୍‌ଲାଇନ୍‌ ଆସିବୁ ବୋଲି େଓ୍ଵବ୍‌ସାଇଟ୍‌ରେ ଲେଖା ହୋଇଥିବା ଦେଖା ଯାଇଛି । ଏହି କଥା ଲେଖା ହେବାକୁ ୧୬ଦିନ ବିତି ଯାଇଥିବା ବେଳେ ଏ ପର୍ଯ୍ୟନ୍ତ େଓ୍ଵବ୍‌ସାଇଟ୍‌ ପୂର୍ବ ଅବସ୍ଥାକୁ ଫେରି ପାରି ନାହିଁ ।

collective-evolution.com

ସୂଚନା ମୁତାବକ, େଓ୍ଵବ୍‌ସାଇଟ୍‌ ହ୍ୟାକ୍‌ ହେବା ପରେ ବିଜେପିର ଆଇଟି ପ୍ରମୁଖ ଅମିତ ମାଲବୀୟ ମାର୍ଚ୍ଚ ୫ରେ େଓ୍ଵବ୍‌ସାଇଟ୍‌ ହ୍ୟାକ୍‌ ହେବା ପରେ ୧-୨ଦିନ ଭିତରେ େଓ୍ଵବ୍‌ସାଇଟ୍‌ ଚାଲୁ ହୋଇଯିବ ବୋଲି ଜଣାଇଥିଲେ । ଏହା ସହ େଓ୍ଵବ୍‌ସାଇଟ୍‌ର କିଛି ଟେକ୍‌ନିକ୍‌ ଖରାପ ଥିବାରୁ ଏପରି ସମସ୍ୟା ଦେଖା ଯାଇଛି । କେହି ଏହାକୁ ହ୍ୟାକ୍‌ କରି ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏତେ ଦିନ ପର୍ଯ୍ୟନ୍ତ େଓ୍ଵବ୍‌ସାଇଟ୍‌ ବନ୍ଦ ପଡ଼ି ରହିବାର କେବଳ ଗୋଟେ ହିଁ କାରଣ ହୋଇପାରେ । ତାହା ହେଉଛି େଓ୍ଵବ୍‌ସାଇଟ୍‌ରୁ ଡାଟା ଚୋରି ହୋଇଛି । ଯାହା ପାଇଁ ପୂରା େଓ୍ଵବ୍‌ସାଇଟ୍‌କୁ ପୁଣି ଥରେ ଡିଜାଇନ୍‌ କରାଯାଉଛି । ତେବେ ପ୍ରକୃତରେ ଏତେ ଦିନ ବିଜେପିର େଓ୍ଵବ୍‌ସାଇଟ୍‌ ବନ୍ଦ ପଡ଼ି ରହିବାର କାରଣ କ’ଣ ତାହା ପର ମୂହୁର୍ତ୍ତରେ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର