ଇଭିଏମ୍‌ ଜାଲିଆତି ଓ ଅର୍ଥ ବଳରେ ବିଜେପି ନିର୍ବାଚନ ଜିଣିଛି: ହାର୍ଦ୍ଦିକ

ଅହମଦାବାଦ : ଇଭିଏମ୍‌ ଜାଲିଆତି ଏବଂ ବ୍ୟାପକ ଅର୍ଥବଳ ପ୍ରୟୋଗ କରି ବିଜେପି ଗୁଜରାଟ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି ବୋଲି ପଟିଦାର ନେତା ହାର୍ଦ୍ଦିକ ପଟେଲ କହିଛନ୍ତି। ବିଜେପିର ବିଜୟକୁ ସମାଲୋଚନା କରି ହାର୍ଦ୍ଦିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୧୨ରୁ ୧୫ ଆସନରେ ବିଜୟ ବ୍ୟବଧାନ ମାତ୍ର ୨୦୦ରୁ ୧୦୦୦ ମଧ୍ୟ ରହିଛି । ଅନେକ କ୍ଷେତ୍ରରେ ଇଭିଏମ୍‌୍‌ ସନ୍ଦେହ ଘେରରେ ଥିଲେ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀମାନେ ଏ ବାବଦ ଅଭିଯୋଗକୁ ଆଦୌ ଗୁରୁତ୍ୱ ଦେଇନାହାନ୍ତି ବୋଲି ହାର୍ଦ୍ଦିକ କହିଛନ୍ତି। ହାର୍ଦ୍ଦିକ କହିଛନ୍ତି ଯେ ଏବେ ମତେ ୨୩ ବର୍ଷ ଏବଂ ମୋର ରାଜନୈତିକ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ସଂଘର୍ଷ ଜାରି ରଖିବି।

ସମ୍ବନ୍ଧିତ ଖବର