ବିଜେପି ବିଧାୟକଙ୍କୁ ବଡ଼ ଝଟକା: ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହମିରପୁର ଆସନର ବିଜେପି ବିଧାୟକ ଅଶୋକ ଚାଣ୍ଡେଲଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କୁ ୧୯୯୭ରେ କରିଥିବା ଏକ ହତ୍ୟାକାଣ୍ଡରେ .ଦୋଷୀ ସାବ୍ୟସ୍ତ କରି ଆହ୍ଲାବାଦ ହାଇକୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ବିଜେପି ବିଧାୟକଙ୍କ ସମେତ ଅନ୍ୟ ୧୦ଜଣଙ୍କୁ ମଧ୍ୟ ଶୁକ୍ରବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଣି କରିଛନ୍ତି।

ଏହି ଘଟଣାରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ରମେଶ ସିହ୍ନା ଓ ଜଷ୍ଟିସ୍‌ ଡିକେ ସିଂହଙ୍କ ଖଣ୍ଡପୀଠ ଚାଣ୍ଡେଲଙ୍କ ବ୍ୟତୀତ ପୂର୍ବରୁ ନିମ୍ନ ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ତେବେ ପୀଡ଼ିତାଙ୍କ ପରିବାର ଏହି ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ୨୨ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ଏହି ମାମଲାରେ ଚାଣ୍ଡେଲ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା କୋର୍ଟରେ ପ୍ରମାଣିତ ହୋଇଛି।

Outlook India

ସୂଚନାଯୋଗ୍ୟ, ବିଧାୟକ ଚାଣ୍ଡେଲ ୧୯୯୭ ମସିହା ଜାନୁଆରୀ ୨୬ରେ ୫ ଜଣ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଥିଲେ।  ଏଥିସହିତ ଅନ୍ୟ ପାଞ୍ଚଜଣ ବି ଏଥିରେ ଗୁୁରୁତର ହୋଇଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ବୁନ୍ଦେଲଖଣ୍ଡ ନୁହେଁ ତାହାର ଆଖପାଖ ଅଞ୍ଚଳର ଚାଞ୍ଚଲ୍ୟ ଖେଳି ଯାଇଥିଲା।

ସମ୍ବନ୍ଧିତ ଖବର