ଭିଡିଓ: ସିଓଲ୍‌ରେ ଭାରତ ବିରୋଧୀ ପ୍ରତିବାଦକାରୀଙ୍କୁ ମୁକାବିଲା କଲେ ବିଜେପିର ଶାଜିଆ ଇଲ୍‌ମି

ସିଓଲ୍‌: ଶୁକ୍ରବାର ଦିନ ଦକ୍ଷିଣ କୋରିଆର ରାଜଧାନୀ ସିଓଲ୍‌ ଠାରେ ଭାରତ ବିରୋଧୀ ସ୍ଲୋଗାନ୍‌ ଦେବା ସହ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରୁଥିବା ଦଳେ ଲୋକଙ୍କୁ ମୁକାବିଲା କରିଥିଲେ ସହର ଗସ୍ତରେ ଯାଇଥିବା ଶାଜିଆ ଇଲ୍‌ମିଙ୍କ ସମେତ ବିଜେପି ଓ ଆର୍‌ଏସ୍‌ଏସ୍‌ ଟିମ୍‌।

ଘଟଣାର ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଦଳେ ଲୋକ ପାକିସ୍ତାନ ପତାକା ଧରି ଭାରତ ଓ ମୋଦୀ ବିରୋଧୀ ସ୍ଲୋଗାନ ଦେଉଛନ୍ତି। ୩ ମିନିଟ୍‌ ୨୫ ସେକେଣ୍ଡ୍‌ର ଏହି ଭିଡିଓରେ ଦେଖା ଯାଉଛି ଶାଜିଆ ଇଲମି କେତେକ ଲୋକଙ୍କ ସହ ଟ୍ୟାକ୍ସିରୁ ଓହ୍ଲାଇ ବିକ୍ଷୋଭକାରୀଙ୍କ ଆଡ଼କୁ ମାଡ଼ି ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାଳି ନ ଦେବାକୁ ଇଲ୍‌ମି ବିକ୍ଷୋଭକାରୀଙ୍କୁ ଅନୁରୋଧ କରୁଛନ୍ତି।

ପ୍ରତିବାଦକାରୀଙ୍କୁ ମୁକାବିଲା କରିବାକୁ ତାଙ୍କ ସହ ଯାଇଥିବା ବିଜେପି ନେତା ଏବଂ ଅନ୍ୟମାନେ ଭାରତ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସ୍ଥାନୀୟ ପୁଲିସ ହସ୍ତକ୍ଷେପ କରି ଶାଜିଆ ଏବଂ ଅନ୍ୟମାନଙ୍କୁ ସେ ସ୍ଥାନରୁ ବାଟ କଢ଼ାଇ ନେଇଥିଲେ।

ସମ୍ବନ୍ଧିତ ଖବର