ଝାନ୍ସୀ: ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ସାମ୍ନାକୁ ଆସିଥିବା ଭିଡିଓ ମୁତାବକ, ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଅସାବଧାନତା ହେତୁ ଏକ ସାପ ଭର୍ତ୍ତି କୂଅରେ ପଡ଼ି ଯାଇଥିଲେ। ଏବଂ ତାଙ୍କୁ ସ୍ଥାନୀୟଲୋକ କୂଅ ଭିତରୁ ଉଦ୍ଧାର କରିଥିଲେ ହେଁ ଏକ ଭୟାବହ ଘଟଣା ଦେଖିବାକୁ ପାଇଥିଲେ।
ଏହି ଘଟଣା କସବା ଚିରଗ୍ରାମରେ ଘଟିଛି। ଏଠାରେ ବସବାସ କରୁଥିବା ମୁକେଶ କୁଶବାହା ନାମକ ଜଣେ ଯୁବକ ଗତ ଶନିବାର ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ ହଠାତ ଏକ କୂଅରେ ଖସି ପଡ଼ିଥିଲେ। ଏହି କୂଅରେ ଅନେକ ସାପ ଭର୍ତ୍ତି ଥିବା ସ୍ଥାନୀୟଲୋକେ କହନ୍ତି।
ଯେମିତି ହିଁ ଯୁବକ ଏହି କୂଅକୁ ଖସି ପଡ଼ିଥିଲେ ସାପ ତାଙ୍କୁ ଘେରି ଯାଇଥିଲେ। ଭୟରେ ମୁକେଶ ଆଉ କୂଅ ଉପରକୁ ନଉଠି ସ୍ଥିର ହୋଇ ସେଠାରେ ରହି ଯାଇଥିଲେ। ଗତ ରବିବାର ପରିବାରବର୍ଗ ଓ ଗ୍ରାମୀଣ ମୁକେଶଙ୍କୁୁ ବହୁ ଖୋଜାଖୋଜି କରିବା ପରେ କୂଅରେ ପଡ଼ିଥିବା ଜାଣିବାକୁ ପାଇଥିଲେ।
/sambad/media/post_attachments/51797596d4ea0a8fe2f7d04f54e0fe06df7c449138b21e9343fb4780d33c39dc.jpg)
ଗ୍ରାମବାସୀ ମିଶି ମୁକେଶଙ୍କୁ କୂଅ ଭିତରୁ ବାହାର କରିବା ପରେ ଯେଉଁ ଦୃଶ୍ୟ ଦେଖିଥିଲେ ତାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ମୁକେଶଙ୍କ ପ୍ୟାଣ୍ଟ ଭିତରେ ଏକ ନାଗ ସାପ ପଶି ରହିଥିବା ଦେଖିବାକୁ ମିଳିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ରାତିସାରା ଏହି ନାଗସାପଟି ମୁକେଶଙ୍କ ପ୍ୟାଣ୍ଟ ଭିତରେ ପଶି ରହିଥିଲେ ହେଁ ତାଙ୍କୁ କୌଣସି କ୍ଷତି ପହଞ୍ଚାଇ ନଥିଲା।
ଗ୍ରାମବାସୀ ମୁକେଶଙ୍କୁ କୂଅରୁ ବାହାର କରିବା ପରେ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। କୂଅରେ ପଡ଼ି ଯିବା ଫଳରେ ତାଙ୍କ ମଥାରେ ଗଭୀର ଆଘାତ ଲାଗିଥିଲା। କିନ୍ତୁ ସାପ ଦ୍ୱାରା ତାଙ୍କୁ କୌଣସି କ୍ଷତି ପହଞ୍ଚି ପାରି ନଥିଲା। ଚକିତ୍ସା ପରେ ସେ ଏବେ ବିପଦମୁକ୍ତ ଥିବା ମୁକେଶଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।