ଗସ୍ତର ଦ୍ୱିତୀୟ ଦିନ ବି ଆସାମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଳା ପତାକା ପ୍ରଦର୍ଶନ

ଗୌହାଟି: ଶନିବାର ଆସାମ ଗସ୍ତର ଦ୍ୱିତୀୟ ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନାଗରିକ (ସଂଶୋଧନ) ବିଲ୍‌ ପ୍ରସଙ୍ଗରେ ଗୌହାଟିରେ ଅନ୍ୟୂନ ଦୁଇଟି ସ୍ଥାନରେ କଳାପତାକ ପ୍ରଦର୍ଶନ କରାଯାଇଛି। ଦୁଇ ଦିନିଆ ଉତ୍ତରପୂର୍ବ ଗସ୍ତରେ ଯାଇ ଶୁକ୍ରବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଆସାମରେ ପହଞ୍ଚିଛନ୍ତି।

ରାଜ୍ୟରେ ପହଞ୍ଚିବା ମାତ୍ରେ ଅଲ୍‌ ଇଣ୍ଡିଆ ଆସାମ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍ର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ସହ ନାଗରିକ ବିଲ୍‌ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ।

ଲୋକପ୍ରିୟ ଗୋପୀନାଥ ବୋରଦୋଲୋଇ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଗୌହାଟିର ରାଜଭବନ ଯିବା ବାଟରେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରତିବାଦ ଲକ୍ଷ୍ୟ କରିଥିଲେ।

ସନ୍ଧ୍ୟା ୬: ୩୦ ସମୟରେ ପ୍ରଧାନମନ୍ତ୍ରୀଙ୍କ ଯାନସମୂହ ଗୌହାଟି ବିଶ୍ୱବିଦ୍ୟାଳୟ ଫାଟକଗୁଡ଼ିକ ଦେଇ ଅତିକ୍ରମ କରିବା ସମୟରେ ଏଏଏସ୍‌ୟୁର ବହୁସଂଖ୍ୟକ ସଦସ୍ୟ କଳା ପତାକା ଉଡ଼ାଇ ‘ମୋଦୀ ଫେରିଯାଅ’, ‘ଆସାମ ମାତା କି ଜୟ’ ଆଦି ସ୍ଲୋଗାନ୍‌ ଦେଇଥିଲେ।
୨୦୧୮ ଡିସେମ୍ବର ୨୫ ତାରିଖ ଠାରୁ ଏହା ହେଉଛି ମୋଦୀଙ୍କର ତୃତୀୟ ଆସାମ ଗସ୍ତ।

ସମ୍ବନ୍ଧିତ ଖବର