ପୋଲିଂ ବୁଥରେ ଗୁଳିଚାଳନା: ଭୋଟର କାର୍ଡ ବିନା ଭୋଟ ଦେବାକୁ ଅଡି ବସିବାରୁ ଫାଙ୍କା ଗୁଳିଚାଳନା କଲେ ସୁରକ୍ଷା କର୍ମୀ

0

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାଇରାନା ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଶାମଲୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ପୋଲିଂ ବୁଥରେ ଗୁଳିଚାଳନା ହୋଇଛି । ସୂଚନା ଅନୁଯାୟୀ, ଏଠାରେ କିଛି ଲୋକ ଭୋଟର ଆଇଡି କାର୍ଡ ବିନା ମତଦାନ କରିବାକୁ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ତାଙ୍କୁ ଭୋଟ ଦେବାରୁ ବାରଣ କରାଯିବାରୁ ମତଦାନ କେନ୍ଦ୍ରରେ ହଙ୍ଗାମା ହୋଇଥିଲା । ତେଣୁ ଏମାନଙ୍କୁ ଘଟଣାସ୍ଥଳରୁ ହଟାଇବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା ।

ଜିଲ୍ଲା ନିର୍ବାଚନ ଅଧିକାରୀ କହିବା ଅନୁଯାୟୀ, ବିନା ଭୋଟ ଆଇଡି କାର୍ଡରେ ଆସିଥିବା ମତଦାତା ଭୋଟ ଦେବାକୁ ଅଡି ବସିବାରୁ ତାଙ୍କୁ ଘଉଡାଇବା ପାଇଁ ବିଏସଏଫ ଯବାନଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା ।  କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିବା ସହ ଭୋଟ ଗ୍ରହଣ ମଧ୍ୟ ଜାରି ରହିଛି । ଏହି ପୂରା ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିଏସଏଫ ଯବାନ ଫାଙ୍କା ଗୁଳିଚାଳନା କରୁଥିବାର ନଜର ଆସିଛନ୍ତି ।

ଏହି ଲୋକସଭା ଆସନରେ ସବୁଠୁ ଅଧିକ ମୁସଲିମ ଭୋଟ ରହିଛି । ପ୍ରାୟ ୫ ଲକ୍ଷ ମୁସଲିମ ଭୋଟ ରହିଥିବା ବେଳେ ୪ ଲକ୍ଷ ପଛୁଆବର୍ଗଙ୍କ ଭୋଟର ରହିଛନ୍ତି । ଏହି ଆସନରୁ ବିଜେପିରୁ ପ୍ରଦୀପ ଚୌଧୁରୀ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିବା ବେଳେ ଏସପି-ବିଏସପି ମିଳିତ ଗଠବନ୍ଧନରେ  ତବସୁମ ବେଗମ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କଂଗ୍ରେସରୁ ହରେନ୍ଦ୍ର ମଲ୍ଲିକ ମୈଦାନକୁ ଓହ୍ଲାଇଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.