ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସର ଏରୋସ୍ପେସ୍‌ ଲ୍ୟାବ୍‌ରେ ବିସ୍ଫୋରଣ, ବୈଜ୍ଞାନିକ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସର ଏରୋସ୍ପେସ୍‌ ଲ୍ୟାବ୍‌ରେ ବୁଧବାର ସଂଧ୍ୟାରେ ହାଇଡ୍ରୋଜେନ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ଏହି ବିସ୍ଫୋରଣରେ ଲ୍ୟାବ୍‌ ଭିତରେ ଥିବା ଜଣେ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ମୃତକ ବୈଜ୍ଞାନିକ ଜଣକ ହେଉଛନ୍ତି ହାଇଦ୍ରାବାଦ୍‌ର ମନୋଜ କୁମାର। ଏରୋସ୍ପେସ୍‌ ବିଭାଗର ଲାବରୋଟେରିରେ ଏହି ବିସ୍ଫୋରଣ ହାଇପୋରସୋନିକ୍‌ ଏବଂ ସକ୍‌େଓ୍ଵଭ୍‌ ହେତୁ ଘଟିଛି ବୋଲି ସନ୍ଦେହ କରାଯାଉଛି। ଏହି ବିସ୍ଫୋରଣରେ ବୈଜ୍ଞାନିକ ମନୋଜ କୁମାରଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମଧ୍ୟ ରହିଛି। ଗୁରୁତର ହୋଇଥିବା ୩ ଜଣ ହେଉଛନ୍ତି ଅତୁଲ୍ୟ, କାର୍ତ୍ତିକ ଏବଂ ନରେଶ କୁମାର।

ବିସ୍ଫୋରଣଟି ଏତେ ସାଂଘାତିକ ଥିଲା ଯେ ବୈଜ୍ଞାନିକ ମନୋଜ୍‌ କୁମାର ଯାଇ କାନ୍ଥରେ ପିଟି ହୋଇଯାଇଥିଲେ। ଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବିସ୍ଫୋରଣଟି ବାସ୍ତବରେ କିପରି ଘଟିଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ।  ଖବର ପାଇଁ ବେଙ୍ଗାଲୁର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର