ବାଣ କାରଖାନାରେ ବିସ୍ଫୋରଣ, ୬ ମୃତ

ଏଟା (ଉତ୍ତରପ୍ରଦେଶ): ଉତ୍ତର ପ୍ରଦେଶର ଏଟା ଜିଲ୍ଲା ସ୍ଥିତ ଏକ ବାଣ କାରଖାନାରେ ଆଜି ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତାହତଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ମିରେହାଚି ଅଂଚଳରେ ଅବସ୍ଥିତ ଏହି ବାଣ କାରଖାନା ବିସ୍ଫୋରଣରେ ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଥିବା ବେଳେ ଭଗ୍ନାବଶେଷ ତଳେ କିଛି ଲୋକ ଏବେ ବି ଦବି ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି କାରଖାନାରେ ବାଣ ତିଆରି ଚାଲିଥିବା ସମୟରେ ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ବିସ୍ଫୋରଣ ହୋଇଥିଲା। ସିରିଜ୍ ବିସ୍ଫୋରଣରେ ସମଗ୍ର ଅଂଚଳ ଥରି ଉଠିଥିଲା ଏବଂ ଆଖପାଖର ପ୍ରାୟ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଛି। ନିକଟରେ ପଂଜାବର ବଟାଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୨୩ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୫ ଜଣ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର