ଗୌହାଟୀରେ ବିସ୍ଫୋରଣ , ୨ ମୃତ

ଗୌହାଟୀ : ଆସାମର ରାଜଧାନୀ ଗୌହାଟୀରେ ଆଜି ଏକ ବୋମା ବିସ୍ଫୋରଣ ଘଟି ଦୁଇଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ୮ ଜଣ ଆହତ ହୋଇଛନ୍ତି । ସହରର ଏକ ସପିଂ ମଲରେ ସଂଦିଗ୍ଧ ଉଲଫା ଆତଙ୍କବାଦୀମାନେ ଗ୍ରନେଡ ଫିଙ୍ଗିବାରୁ ଏହି ବିସ୍ଫୋରଣ ହୋଇଥିଲା । ପରେଶ ବରୁଆ ପରିଚାଳିତ ଉଲଫା ସଂଗଠନ ନିଜକୁ ଏଥିପାଇଁ ଦାୟୀ କରିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର