ମୋବାଇଲ ବିସ୍ଫୋରଣ ଘଟି ୧୨ବର୍ଷର ଛାତ୍ର ଗୁରୁତର

ଛତ୍ରପୁର: ଛତ୍ରପୁର ଜିଲ୍ଲା ନାରାୟଣପୁରାରେ ମୋବାଇଲ ବ୍ୟାଟେରି ବିସ୍ଫୋରଣ ଘଟି ଜଣେ ୧୨ବର୍ଷର ଛାତ୍ର ଗୁରୁତର ଆହତ ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣା ଘଟିବା ପରେ ପରିବାରଲୋକ ସଙ୍ଗେସଙ୍ଗେ ପୁଅକୁ ଜିଲ୍ଲା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହସ୍‌ପିଟାଲରେ ରୋହିତଙ୍କ ଚିକିତ୍ସା ଜାରି ରହିଛି।

ଏହି ଘଟଣାକୁ ନେଇ ଗୁରୁତର ଛାତ୍ର କହନ୍ତି, ମୁଁ ମୋବାଇଲ୍‌ରେ ଖେଳୁଥିଲି। ହଠାତ୍‌ କିଛି ବୁଝିବା ପୂର୍ବରୁ ମୋବାଇଲ୍‌ଟି ଫାଟି ଯାଇଥିଲା। ମୁଁ ଅଚେତ ହୋଇ ପଡ଼ିଥିଲା। ଏହାପରେ କ’ଣ ହୋଇଛି ମୁଁ ଜାଣି ନାହିଁ। ଆଖି ଖୋଲିଲା ବେଳକୁ ମୁଁ ହସ୍‌ପିଟାଲ ବେଡରେ ଥିଲି।

ଡାକ୍ତରଙ୍କ କହିବାନୁସାରେ, ଏହି ମୋବାଇଲ ବିସ୍ଫୋରଣ ହେତୁ ରୋହିତଙ୍କ ଶରୀରରେ ଗମ୍ଭୀର ଭାବେ ଆଘାତ ଲାଗିଛି। ଚିକିତ୍ସା ପରେ ସେ ଏବେ ବିପଦମୁକ୍ତ ଅଛନ୍ତି।

ସମ୍ବନ୍ଧିତ ଖବର