ପ୍ୟାରିସ୍‌ରେ ବିସ୍ଫୋରଣ, ୫ ମୃତ

ପ୍ୟାରିସ୍‌: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ଆଜି ଏକ ବେକେରିରେ ଭୟଙ୍କର ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ଏବଂ ୩୬ ଜଣ ଆହତ ହୋଇଛନ୍ତି । ଆତହଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ମୃତକଙ୍କ ମଧ୍ୟରେ ୨ ଜଣ ଅଗ୍ନିଶମ କର୍ମଚାରୀ ଅଛନ୍ତି। ଉତ୍ତର କେନ୍ଦ୍ରୀୟ ପ୍ୟାରିସ୍‌ରେ ସକାଳ ପ୍ରାୟ ୯ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଗ୍ୟାସ୍‌ ଲିକ୍‌ ହେତୁ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ତେବେ ଆଖି ପିଛୁଳାକେ ନିଆଁ ବେକେରି ନିକଟସ୍ଥ କୋଠାଗୁଡ଼ିକୁ ବ୍ୟାପି ଯାଇଥିଲା। ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାରୁ ଅନେକ ଜୀବନ ବଞ୍ଚିଯାଇଛି।

ସମ୍ବନ୍ଧିତ ଖବର