ସୂର୍ଯ୍ୟଠାରୁ ହଜାରେ ଗୁଣ ବଡ ତାରାରେ ହୋଇପାରେ ବିସ୍ଫୋରଣ, ଦିନରେ ବି ଦେଖିପାରିବେ ଏହି ଦୃଶ୍ୟ

ନୂଆଦିଲ୍ଲୀ: ସୂର୍ଯ୍ୟଠାରୁ ହଜାରେ ଗୁଣ ବଡ ତାରାର ଚମକ ଧୀରେ ଧୀରେ କମିବାରେ ଲାଗିଛି | ସୂର୍ଯ୍ୟ ଭଳି ଆକାଶଗଙ୍ଗା ଛାୟାପଥର ସବୁଠାରୁ ଉଜ୍ଜଳ ତାରକା ଭାବେ ପରିଚିତ ବିଟଲଗୟୁଜ ତାରାର ଚମକ କମିବାରେ ଲାଗିଛି | ମହାକାଶବିଜ୍ଞାନୀ ମାନେ ଅନୁମାନ କରୁଛନ୍ତି କି ଏହି ତାରା ଏବେ ପ୍ରି-ସୁପରନୋଭା ଚରଣରେ ଆସି ପହଁଚିଯାଇଛି | ସୁପରନୋଭା ହେଉଛି ଏମିତି ଏକ ଚରଣ ଯେଉଁଥିରେ ତାରାରେ ବିସ୍ଫୋରଣ ହୋଇଥାଏ |

Photo-phys.org

ମହାକାଶବିଜ୍ଞାନୀମାନେ କହିଛନ୍ତି ଯେ ବିସ୍ଫୋରଣ ପରେ ସେହି ତାରାର ବିଲୟ ଘଟିଥାଏ | କିଛି ମାସ ଧରି ଏହି ତାରାର ଚମକ ଏତେ ମାତ୍ରାରେ କମିବାରେ ଲାଗିଛି ଯେ ଚମକ ତାରାର ତାଲିକାରେ ଏହା ୨୦ ତମ ସ୍ଥାନକୁ ଖସି ଆସିଛି | ପୂର୍ବରୁ ୧୨ ତମ ସ୍ଥାନରେ ଏହି ତାରାଟି ଥିଲା | ବିଟଲଗୟୁଜ ତାରା ପୃଥିବୀ ପୃଷ୍ଠରୁ ୬୪୨ ଆଲୋକ ବର୍ଷ ଦୂରତାରେ ଥିବାରୁ ଏଥିରେ ବିସ୍ଫୋରଣ ହେଲେ ପୃଥିବୀ ପୃଷ୍ଠରୁ ମଧ୍ୟ ଦେଖାଯିବ | ଅର୍ଥାତ ପ୍ରଥମ କରି ତାରା ବିସ୍ଫୋରଣକୁ ପୃଥିବୀ ପୃଷ୍ଠରୁ ମଧ୍ୟ ଦେଖି ହେବ |


ଏହାକୁ ନେଇ ବିଲନୋବା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଦଳ କହିଛନ୍ତି ଯେ ବିଟଲଗୟୁଜ ଆଗାମୀ ୪୩୦ ଦିନ ମଧ୍ୟରେ ନିଜର ସମ୍ପୂର୍ଣ୍ଣ ଚମକ ହରାଇପାରେ | ବଡ କଥା ଯେ ଏହି ତାରା ସୂର୍ଯ୍ୟଠାରୁ ୧ ହଜାର ଗୁଣ ବଡ ହୋଇଥିବାରୁ ଏଥିରେ ବିସ୍ଫୋରଣ ହେଲେ ଦିନରେ ମଧ୍ୟ ଦେଖିହେବ |

ସମ୍ବନ୍ଧିତ ଖବର