ବେଜିଙ୍ଗ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ

ବେଜିଙ୍ଗ୍‌: ଗୁରୁବାର ପୂର୍ବାହ୍ନରେ ବେଜିଙ୍ଗ୍‌ ଠାରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ବାହାରେ ଏକ ବିସ୍ଫୋରଣ କିଂବା ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ନିଜ ଉପରେ ଗ୍ୟାସୋଲିନ୍‌ ସ୍ପ୍ରେ କରିଥିବା ଜଣେ ମହିଳାଙ୍କୁ ଅଟକ ରଖାଯାଇଥିବା କଥା ସରକାରୀ ଗଣମାଧ୍ୟ କହିଛି।

ଆମେରିକୀୟ ଦୂତାବାସ ନିକଟରେ ଭାରତୀୟ ଦୂତାବାସ ମଧ୍ୟ ଅବସ୍ଥିତ।

ଟୁଇଟର୍‌ରେ ପୋଷ୍ଟ୍‍ କରାଯାଇଥିବା ଫଟୋରେ ଦେଖା ଯାଉଛି ବିପୁଳ ପରିମାଣର ଧୁଅାଁ। ଉତ୍ତରପୂର୍ବ ବେଜିଙ୍ଗ୍‌ ଠାରେ ଥିବା ଏହି ପ୍ରକାଣ୍ଡ ଅଟ୍ଟାଳିକା ଚଉହଦି ପୁଲିସ ଗାଡ଼ି ବେଢ଼ି ରହିଥିବା ପରି ଜଣାପଡୁଛି। କିଛି ଲୋକ ଆହତ ହୋଇଥିବା କଥା ଜଣେ ଦେଖଣାହାରି କହିଛନ୍ତି।

ଘଟଣା ସଂକ୍ରାନ୍ତରେ ପୁଲିସ ହଠାତ୍‌ କୌଣସି ବିବୃତି ଦେଇ ନାହିଁ। ଘଟଣା ସଂକ୍ରାନ୍ତରେ ତଥ୍ୟ ଯୋଗାଡ଼ କରାଯାଉଛି ବୋଲି ଜଣେ ଦୂତାବାସ କର୍ମଚାରୀ କହିଛନ୍ତି।

ଶାସକ କମ୍ୟୁନିଷ୍ଟ ପାର୍ଟିର ଖବରକାଗଜ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ କହିଛି ଯେ ପ୍ରାୟ ଦିନ ୧୧ଟା ବେଳେ ସନ୍ଦିଗ୍ଧ ଆତ୍ମଦାହ ପାଇଁ ଉଦ୍ୟମ କରି ନିଜ ଉପରେ ଗ୍ୟାସୋଲିନ୍‌ ସ୍ପ୍ରେ କରିଥିବା ଜଣେ ମହିଳାଙ୍କୁ ପୁଲିସ ନେଇ ଯାଇଛି।

ବେଜିଙ୍ଗ୍‌ ଅନ୍ତର୍ଗତ ଚାଓୟାଙ୍ଗ୍‌ ଜିଲ୍ଲାରେ ଦୂତାବାସ ସବୁ ଅବସ୍ଥିତ।

ସମ୍ବନ୍ଧିତ ଖବର