ଗୃହମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ମହିଳା ବନ୍ଧୁକ ଚାଳକ ବର୍ତ୍ତିକା ସିଂହ, ନିର୍ଭୟା ଦୋଷୀଙ୍କ ଘାତକ ହେବାକୁ ଅନୁମତି ମାଗିଲେ

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋ‌ଷୀ ସାବ୍ୟସ୍ତ ହୋଇ ତିହାର ଜେଲରେ ସଜା କାଟୁଥିବା ୪ ଜଣଙ୍କୁ ଫାଶୀ ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ବନ୍ଧୁକ ଚାଳକ ବର୍ତ୍ତିକା ସିଂହ। ଘାତକ ହେବାକୁ ଆବେଦନ କରି ସେ ଏବେ ଚର୍ଚ୍ଚା ପରିସରକୁ ଆସିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସେ ଏଥିପାଇଁ ରକ୍ତରେ ଏକ ଚିଠି ଲେଖିଛନ୍ତି। ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତାଙ୍କୁ ସରକାର ନିୟୋଜିତ କରନ୍ତୁ ବୋଲି ସେ ତାଙ୍କ ଚିଠିରେ ନିବେଦନ କରିଛନ୍ତି । ଜଣେ ମହିଳାଙ୍କ ଦ୍ୱାରା ଏହି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବା ଉଚିତ । ମହିଳାମାନେ ମଧ୍ୟ ଫାଶୀ ଦେଇପାରନ୍ତି ବୋଲି ଏହାଦ୍ବାରା ଦେଶବାସୀଙ୍କୁ ବାର୍ତ୍ତା ଯିବ। ତାଙ୍କୁ ଏଥିପାଇଁ ସମର୍ଥନ କରିବାକୁ ସେ ମହିଳା ଅଭିନେତ୍ରୀ ଏବଂ ଏମପିମାନଙ୍କୁ ଅନୁରୋଧ କରିଛନ୍ତି। ଏହା ସମାଜରେ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର