ଶ୍ରୀଲଙ୍କାରେ ରାଜନୈତିକ ସଂକଟ ମଧ୍ୟରେ ହିଂସା, ଗୁଳିକାଣ୍ଡରେ ଜଣେ ମୃତ, ୨ ଗୁରୁତର

କଲମ୍ବୋ: ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିନ୍ଧେଙ୍କୁ ଗାଦିଚ୍ୟୁତ କରି ତାଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ପଦ ଦିଆଯିବା ପରେ ରାଜନୈତିକ ସଂକଟ ବଢ଼ିଛି। ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିନ୍ଧେଙ୍କ ବିଶ୍ୱସ୍ତ ଏବଂ ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗାଙ୍କ ଦେହରକ୍ଷୀ ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସମର୍ଥକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

କୁହାଯାଉଛି ଯେ, ରଣତୁଙ୍ଗାଙ୍କ ଦେହରକ୍ଷୀ ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସମର୍ଥକଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ପୁଲିସ କହିଛି, ଗୁରୁତର ଭାବେ ଆହତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହିି ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୁଲିସ। କ୍ରିକେଟରରୁ ରାଜନେତା ପାଲଟିଥିବା ରଣତୁଙ୍ଗା ସିପିସି ଗସ୍ତ କରୁଥିବା ବେଳେ ଏହି ଗୁଳିକାଣ୍ଡ ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର