ଶିବଙ୍କ ଭକ୍ତିରେ ପାଗଳିନୀ ବାରଣାସୀର ଏହି ମୁସ୍‌ଲମାନ ମହିଳା, ସ୍ପପ୍ନରେ ମନ୍ଦିର ଦେଖିବା ପରେ ବଦଳିଲା ଜୀବନର ମୋଡ଼

ଲକ୍ଷ୍ନୌ: ସାଂପ୍ରଦାୟିକ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ବାରଣାସୀର ମୁସ୍‌ଲମାନ ମହିଳା ଓକିଲ ନୁର୍‌ ଫତିମା ସେଥିରୁ ଊର୍ଧ୍ବକୁ ଯାଇ ଏବେ ଚର୍ଚ୍ଚା ପାଲଟିଛନ୍ତି। ସେ ନମାଜ ପଢ଼ିବା ପରେ ଶିବଙ୍କ ଉଦ୍ଦେଶ୍ୟରେ ‘ଜଳାଭିଷେକ’ କରି ସାଂପ୍ରଦାୟିକ ବିଭାଜନରେ ତାଙ୍କର କିଛି ଯାଏଆସ ନାହିଁ ବୋଲି ପ୍ରମାଣିତ କରିଛନ୍ତି। ୨୦୦୪ ମସିହାରୁ କାଶୀରେ ରହି ଆସୁଥିବା ଫତିମାଙ୍କ ପାଇଁ ଶିବରାତ୍ରୀ ଏକ ଉତ୍ସବର ଦିନ।

ଫତିମା କହନ୍ତି, ‘ଭଗବାନ ଶିବଙ୍କ ଉପସ୍ଥିିତିକୁ ମୁଁ ଅନୁଭବ କରିପାରେ। କାଶୀର ଆତ୍ମାରେ ଶିବ ଅଛନ୍ତି। ଏହି ପବିତ୍ର ସହରର ସେ ଏକ ଅଂଶ।’ ଫତିମା ଦୁଇ ଜଣ କନ୍ୟା ସନ୍ତାନଙ୍କ ମାଆ।  ସେ ସକାଳୁ ଉଠିବା ପରେ ‘ହର ହର ମହାଦେବ’ ମନ୍ତ୍ର ଜପ କରନ୍ତି। ସେ ଜଣେ ମୁସଲ୍‌ମାନ ହୋଇଥିଲେ ବି ତାହା ତାଙ୍କ ଉପରେ ବିଶେଷ ପ୍ରଭାବ ପକାଏ ନାହିଁ ବୋଲି ଫାତିମା କହନ୍ତି।

NativePlanet

ଲକ୍ଷ୍ନୌର ଫତିମା ଜଣେ ରେଳବାଇ ଅଧିକାରୀଙ୍କୁ ବିବାହ କରିବା ପରେ ୨୦୦୪ ମସିହାରୁ ସେ କାଶୀରେ ରହି ଆସୁଛନ୍ତି । ସେ କହନ୍ତି, ୨୦୦୪ ମସିହାରେ ସେ ନିଜକୁ ଏକ ମନ୍ଦିର ଭିତରେ ଥିବାର ସ୍ବପ୍ନରେ ଦେଖିଲେ। ତା’ପରେ ଗୋଟାଏ ମାସ ମଧ୍ୟରେ ସେ ବାରଣାସୀରେ ଏକ ଘର ତିଆରି କଲେ। କିଛି ଦିନ ଭିତରେ ତାଙ୍କର ଅନେକ ସଂପର୍କୀୟଙ୍କ ମୃତ୍ୟୁ ଘଟିଲା। ଏପରିକି କିଛି ଦିନ ପରେ ତାଙ୍କ ସ୍ବାମୀଙ୍କର ମଧ୍ୟ ହେହାନ୍ତ ‌ଘଟିଲା। ତା’ପରେ ସେ ପୂରାପୂରି ଶିବଙ୍କ ଶରଣାପନ୍ନ ହୋଇଗଲେ। ଏପରିକି ଶିବଙ୍କ ପାଇଁ ସେ ଏକ ମନ୍ଦିର ବି ନିର୍ମାଣ କରିଛନ୍ତି।

ସମ୍ବନ୍ଧିତ ଖବର