କୋଶୀ ନଦୀରେ ଡଙ୍ଗା ବୁଡ଼ି ୮ ନିଖୋଜ, ୭ ଉଦ୍ଧାର

ପାଟନା: ବିହାରର ଭାଗଲପୁର ନବଗଛିଆ ଅଞ୍ଚଳରେ କୋଶୀ ନଦୀରେ ଡଙ୍ଗା ବୁଡ଼ିବାରୁ ୮ ଜଣ ଲୋକ ନିଖୋଜ ଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ମୋଟ୍‌ ୧୫ଜଣ ଲୋକ ଥିଲେ। ଡଙ୍ଗା ବୁଡ଼ିବା ପରେ ଏନଡିଆରଏଫ ଟିମ୍‌ଙ୍କୁ ଖବର ଦିଆଯାଇଥିଲା। ନିଖୋଜ ଲୋକଙ୍କର ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍‌ ଉଦ୍ୟମ କରୁଛି।

ଭାଗଲପୁର ଜିଲ୍ଲାର ନବଗଛିଆ ଥାନା ଅଧୀନ ରାମନଗର ବୀନ ଟୋଲିର ୧୫ ଜଣ ଲୋକ ପୂର୍ଣ୍ଣିଆ ଜିଲ୍ଲାର ସାତଭାୟା ବିନଟୋଲିକୁ ବିବାହ ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ଫେରିବା ବେଳେ ଏକ ମାଛଧରା ଡଙ୍ଗାରେ ଯାତ୍ରୀ ହୋଇଥିଲେ। ଭାରସାମ୍ୟ ହରାଇବାରୁ ଡଙ୍ଗାଟି ମଝିରେ ଡଙ୍ଗାଟି ରାମନଗର ବିନଟୋଲି ପାର୍ଶ୍ୱରେ ଓଲଟି ପଡ଼ିଥିଲା।

ଗାଁ ଲୋକେ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଲକ୍ଷ୍ମଣ ମହତୋ, ରାଜୁ, ସୋନି କୁମାରୀ, ଖୁଶବୁ କୁମାରୀ, ନିଲେଶ କୁମାର, ଗୁଞ୍ଜା କୁମାରୀ, ରୀତା କୁମାରୀ ପ୍ରମୁଖ। ସେହିପରି ଦୁର୍ଘଟଣାର ଶିକାର ହୋଇଥିବା ଭିକାରୀ ମହତୋ, ଅମୃତ କୁମାର, ସୀତା ଦେବୀ, ବିଦ୍ୟା ଦେବୀ, ଅଙ୍କୁଶ କୁମାରଙ୍କୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର