୪୦ ଜଣଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ବିହାର ଓ ପଶ୍ଚିମବଙ୍ଗ ସୀମାନ୍ତରେ ପ୍ରବାହିତ ନାଗରୀ ନଦୀରେ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ବୁଡ଼ିଯିବାରୁ ଅନ୍ୟୂନ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ନଦୀରୁ ତିନି ଜଣଙ୍କର ଶବ ଉଦ୍ଧାର କରିଛନ୍ତି।

ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏହି ଦୁର୍ଘଟଣା ଘଟିଛି।

ଘରୋଇ ଡଙ୍ଗାଟି ଲୋକମାନଙ୍କୁ ମାଲ୍‌ଦା ଜିଲ୍ଲା ଅନ୍ତର୍ଗତ ଚଞ୍ଚୋଲ ଥାନା ଅଧୀନ ଜଗନ୍ନାଥପୁର ଘାଟରୁ ନେଇ ବିହାରର ମୁକୁନ୍ଦପୁର ଅଭିମୁଖେ ଯାଉଥିଲା। ପଶ୍ଚିମବଙ୍ଗର ବାଜିତପୁର ଓ ବିହାରର ଦାମୋଲିଆ ମଝିରେ ଏହି ନୌକା ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାସ୍ଥଳ ବିହାରର ବୋର୍ସୋଇ ଅଞ୍ଚଳର।

ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଏସ୍‌ଡିଏମ୍‌ ଏବଂ ଡିଏସ୍‌ପି ମଧ୍ୟ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି।

ଅନ୍ୟ ୧୦/୧୨ ଜଣ ଯାତ୍ରୀଙ୍କୁ ମଧ୍ୟ ପାଣିରୁ ଉଦ୍ଧାର କରାଯାଇଥିବା କଥା ମାଲଦା ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଲୋକ ରାଜୋରିଆ କହିଛନ୍ତି।

ନାଗରୀ ନଦୀ ହେଉଛି ମହାନନ୍ଦା ନଦୀର ଶାଖା।

ସମ୍ବନ୍ଧିତ ଖବର