ବୋଧଗୟା ବୌଦ୍ଧ ସ୍କୁଲ୍‌ରେ ମୁଖ୍ୟ ସନ୍ନ୍ୟାସୀଙ୍କ ସହ ଉଲଗ୍ନ ହୋଇ ନାଚିିବାକୁ ଶିଶୁଙ୍କୁ ବାଧ୍ୟ କରାଯାଉଥିଲା

ଗୟା: ବୋଧଗୟାରେ ଥିବା ଏକ ବୌଦ୍ଧ ଶିକ୍ଷାଳୟ ଓ ଧ୍ୟାନ କେନ୍ଦ୍ରରେ ନାବାଳକମାନଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବାର ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ କରାଯାଇଥିଲା। ଗତକାଲି ଏହି ଘଟଣା ବୋଧଗୟାରୁ ଜନୈକ ବାଂଲାଦେଶୀ ବୌଦ୍ଧ ସନ୍ନ୍ୟାସୀଙ୍କୁ ଗିରଫ କରାଯାଇଥିଲା। ତେବେ ତଦନ୍ତ ସମୟରେ ସାଂଘାତିକ ତଥ୍ୟ ପୁଲିସକୁ ମିଳିଛି। ବୋଧଗୟାସ୍ଥିତ ପ୍ରଜ୍ଞାଜ୍ୟୋତି ବୁଦ୍ଧିଷ୍ଟ ନଭିସ୍‌ ସ୍କୁଲ୍‌ ଆଣ୍ଡ ମେଡିଟେସନ୍‌ ସେଣ୍ଟରରେ ମୁଖ୍ୟତଃ ତ୍ରିପୁରା ଓ ଆସାମରୁ ପିଲାମାନଙ୍କୁ ଅଣାଯାଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଆଳରେ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ଭାବେ କୋଲ୍‌କାତାକୁ ଏଇ ଶିଶୁମାନଙ୍କୁ ପଠାଯାଉଥିବା ସୂଚନା ପୁଲିସ ହସ୍ତଗତକୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଏହି ଶିକ୍ଷାନୁଷ୍ଠାନରେ ଶିଶୁମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ବେଳେ ବେଳେ ବିନା ଖାଦ୍ୟ ଓ ପାଣିରେ କୋଠରୀ ଭିତରେ ବନ୍ଦ କରି ଦିଆଯାଉଥିଲା। କେବଳ ସେତିକି ନୁହେଁ, ରାତିରେ ଶିକ୍ଷାନୁଷ୍ଠାନର ମୁଖ୍ୟ ସନ୍ନ୍ୟାସୀଙ୍କ ସହ ସେମାନଙ୍କୁ ସଂପୂର୍ଣ୍ଣ ଉଲଗ୍ନ ହୋଇ ନୃତ୍ୟ କରିବାକୁ ବାଧ୍ୟ କରାଯାଉଥିଲା ବୋଲି ଗୟାର ପୁଲିସ ଅଧୀକ୍ଷକଙ୍କ ଠାରୁ ପ୍ରକାଶ।

ଏହି ଘଟଣା ପରେ ଇଣ୍ଟର ନ୍ୟାସନାଲ୍‌ ବୁଦ୍ଧିଷ୍ଟ କାଉନ୍ସିଲ୍‌ ପକ୍ଷରୁ ବୋଧଗୟାରେ ଏକ ଜରୁରୀକାଳୀନ ବୈଠକ ଡକାଯାଇ ଧାର୍ମିକ ଶିକ୍ଷା ନାମରେ କରାଯାଉଥିବା ହୀନ ଅପରାଧକୁ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର