ପଦ୍ମାବତୀ ବିବାଦ: ଜୟପୁରର ନହରଗଡ଼ ଦୁର୍ଗରେ ଝୁଲନ୍ତା ଶବ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଜୟପୁର ଅନ୍ତର୍ଗତ ନହରଗଡ଼ ଦୁର୍ଗରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏହି ମୃତ୍ୟୁ ସହ ବଲିଉଡ୍‌ ଚଳଚ୍ଚିତ୍ର ପଦ୍ମାବତୀ ଜଡ଼ିତ ବୋଲି ଅନୁମାନ କରାଯାଉଛି। ପାଖରେ ପଡ଼ିଥିବା ଏକ ପଥର ଖଣ୍ଡରେ ହିନ୍ଦୀ ଭାଷାରେ ଲେଖା ଯାଇଛି- ଆମେ କୁଶପୁତ୍ତଳିକା ଝୁଲାଉ ନାହିଁ। ତା’ ତଳକୁ ଲେଖା ଯାଇଛି ‘ପଦ୍ମାବତୀ’। ଏହା ହତ୍ୟା କି, ଆତ୍ମହତ୍ୟା ଜଣାପଡ଼ି ନାହିଁ।


Courtesy of ANI

ସଞ୍ଜୟ ଲୀଳା ଭଂସାଳୀଙ୍କ ନିର୍ଦେଶିତ ହିନ୍ଦୀ ସିନେମା ‘ପଦ୍ମାବତୀ’ ଯୋଗୁଁ ଦେଶର କେତେକ ରାଜ୍ୟରେ ପ୍ରତିବାଦ ଉପୁଜିଛି। ପ୍ରତିବାଦର ଆଗରେ ରହିଛି ‘କର୍ଣ୍ଣୀ ସେନା’ ନାମକ ଗୋଟିଏ ରାଜପୁତ ଦଳ।

ସମ୍ବନ୍ଧିତ ଖବର