ରାଷ୍ଟ୍ରପତି ଭବନର ସର୍ଭେଣ୍ଟ କ୍ୱାର୍ଟରୁ ମିଳିଲା ମୃତଦେହ, ଭିତରୁ ବନ୍ଦ ଥିଲା କୋଠରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ସର୍ଭେଣ୍ଟ କ୍ୱାର୍ଟସରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ପୁଲିସ ଏହି ମୃତଦେହକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ମୃତକଙ୍କ ନାମ ତ୍ରିଲୋକ ଚାନ୍ଦ ସେ ଦିଲ୍ଲୀର ଗାନ୍ଧିନଗର ଅଞ୍ଚଳ ସର୍ଭେଣ୍ଟ କ୍ୱାର୍ଟରେ ରହୁଥିବା ଜଣାପଡ଼ିଛି।

ଏହି ଘଟଣାକୁ ଡିସିପି କହିଛନ୍ତି, ଯେଉଁ ଘରୁ ମୃତଦେହ ମିଳିଲା ତାହା ଭିତର ପାର୍ଶ୍ୱରୁ ବନ୍ଦ ଥିଲା। ଆଶଙ୍କା କରାଯାଉଛି କି ଏହି ବ୍ୟକ୍ତିଙ୍କ ମୃତ୍ୟୁ ଦୁଇଦିନ ଦିନ ତଳେ ହୋଇସାରିଥିଲା । ସେ କିଛିଦିନ ହେଲା ଅସୁସ୍ଥ ଥିଲେ ବୋଲି ତାଙ୍କ ସାଙ୍ଗରେ କାମ କରୁଥିବା ଲୋକମାନେ କହୁଥିଲେ। ଏଯାବତ୍‌ ତ୍ରିଲୋକଙ୍କ ମୃତର କାରଣ ଅସ୍ପଷ୍ଟ ରହିଛି। ତେବେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୃତଘାତ ହେତୁ ହୋଇଥିବା ବି କୁହାଯାଉଛି। ତେବେ ଏହି ବ୍ୟକ୍ତି ରହୁଥିବା କୋଠରୀରୁ ଦୁର୍ଗନ୍ଧ ଆସିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଏହି ଘଟଣା ସମ୍ପର୍କ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର