ବୋଫର୍ସ ମାମଲା: ହିନ୍ଦୁଜା ଭ୍ରାତାଙ୍କ କ୍ଲିନ୍‌ ଚିଟ୍‌କୁ ଚାଲେଞ୍ଜ୍‌ କରିଥିବା ସିବିଆଇ ଅପିଲ୍‌କୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବୋଫର୍ସ ମାମଲାରେ ହିନ୍ଦୁଜା ଭ୍ରାତାଙ୍କୁ ୨୦୦୫ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା କ୍ଲିନ୍‌ ଚିଟ୍‌କୁ ଚାଲେଞ୍ଜ୍‌ କରି ସିବିଆଇ ଅପିଲ୍‌କୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ କହିଲେ ଯେ ଅପିଲ୍‌ କରିବାର ସମୟ ସୀମା ଥାଏ, ତେଣୁ ଏହି ମାମଲାରେ ସିବିଆଇର ଅପିଲ୍‌କୁ ଗ୍ରହଣ କରାଯିବ ନାହିଁ।
ଲଣ୍ଡନ୍‌ରେ ବାସକରୁଥିବା ବିଲିୟନ୍‌ନେୟାର୍‌ ହିନ୍ଦୁଜା ଭ୍ରାତାଙ୍କୁ ରାଜନୈତିକ ସ୍ପର୍ଶକାତର ଅସ୍ତ୍ରଶସ୍ତ୍ର ଦୁର୍ନୀତିରେ ଲାଞ୍ଚ ଗ୍ରହଣ କରି ନ ଥବା ସମ୍ପର୍କରେ ମେ ୩୧ ତାରିଖ ୨୦୦୫ରେ ଦିଲ୍ଲୀ ହାଇକୋର୍ଟ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଭାରତ ସରକାରଙ୍କ ବୋଫର୍ସ ବନ୍ଧୁକ ଚୁକ୍ତି ପାଇବାକୁ ଶ୍ରୀଚନ୍ଦ ହିନ୍ଦୁଜା ଏବଂ ତାଙ୍କ ଭାଇ ଗୋପିଚାନ୍ଦ ଓ ପ୍ରକାଶ ସ୍ୱିଡେନ୍‌ର ଏ ବି ବୋଫର୍ସ ସହାୟତା କରିବା ନିମନ୍ତେ ୮. ୩ ମିଲିୟନ୍‌ ଡଲାର୍‌ ଗ୍ରହଣ ନାହାନ୍ତି ବୋଲି ହାଇକୋର୍ଟ କହିଥିଲେ। ଏହି ଅଭିଯୋଗରେ ସମ୍ପୃକ୍ତ ଏ ବି ବୋଫର୍ସଙ୍କୁ ମଧ୍ୟ ହାଇକୋର୍ଟ କ୍ଲିନ୍‌ଚିଟ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର