ଦେଶବ୍ୟାପୀ ବିରୋଧ ଜାରି, ପାକ୍‌ କଳାକାରଙ୍କୁ ବାସନ୍ଦ କଲା ବଲିଉଡ୍‌

ମୁମ୍ବାଇ: ପୁଲୱାମାରେ ସିଆର୍‌ପିଏଫ୍‌ ଉପରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣର ୩ ଦିନ ପରେ ବି ଦେଶବ୍ୟାପୀ ଦୁଃଖ ଓ କ୍ରୋଧର ବାତାବରଣ ଲାଗି ରହିଛି। ଆଜି ଦିଲ୍ଲୀ ମୁମ୍ବାଇ, ଜୟପୁର ସମେତ ଦେଶର ବିଭିନ୍ନ ସହରରେ ଆତଙ୍କବାଦୀ ଏବଂ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ପାକିସ୍ତାନ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଦାବି କରି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନର ବଡ଼ ଆକ୍ରମଣ ପରେ ଏବେ ବଲିଉଡ ଏକସ୍ବରରେ ଏହାକୁ ନିନ୍ଦା କରିବା ସହ ସରକାର ଏବଂ ସୁରକ୍ଷା ବାହିନୀ ସହ ଦୃଢ଼ ଭାବେ ରହିଥିବା ଘୋଷଣା କରିଛି। ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ କହିଛନ୍ତି ଯେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ନିର୍ଦ୍ଦେଶକ ସଂଘ (ଆଇଏଫ୍‌ଟିଡିଏ) ପାକିସ୍ତାନୀ କଳାକାରଙ୍କ ସହିତ କାମ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ୪୦ ଯବାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ଆଇଏଫ୍‌ଟିଡିଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର