ମୁମ୍ବାଇ : ବଲିଉଡ୍ ଫିଲ୍ମ ପାଇଁ ବ୍ୟବହାର କରାଯାଉଥିବା ଭ୍ୟାନିଟି ଭ୍ୟାନ୍ର ମାଲିକ ସଂଘ ଏବେ ଆନ୍ଦୋଳନରେ ବସିଥିବା ଜଣା ପଡ଼ିଛି । ମହାରାଷ୍ଟ୍ର ସରକାରଙ୍କ ତରଫରୁ ଅଧିକ ଟ୍ୟାକ୍ସ ଲଗାଯିବା ପରେ ଏହାର ବିରୋଧ କରି ଭ୍ୟାନିଟି ଭ୍ୟାନ୍ ମାଲିକ ସଂଘ ଅନିଶ୍ଚିତ କାଳ ପାଇଁ ଆନ୍ଦୋଳନରେ ବସିବେ ବୋଲି ଜଣାପଡ଼ିଛି । ଲଗାଯାଇଥିବା ଟ୍ୟାକ୍ସ ଅନ୍ୟ ରାଜ୍ୟଠାରୁ ଅଧିକ ଥିବାରୁ ସେମାନେ ଏପରି କରିବା ପାଇଁ ବାଧ୍ୟ ହୋଇଥିବା ସଂଘ ତରଫରୁ କୁହଯାଇଛି । ଏ ନେଇ ସୁଟିଂ ମଧ୍ୟ ବାଧାପ୍ରାପ୍ତ ହେବ ବୋଲି ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/12/download-3-3-300x168.jpg)
ସୂଚନା ମୁତାବକ, ଆନ୍ଦୋଳନ ସମୟରେ ୨୫୦ଟି ଭ୍ୟାନ୍ ଖାଲି ପଡ଼ି ରହିବ । ଯାହାଦ୍ୱାରା ୫୦୦ କର୍ମଚାରୀ ବେକାର ହୋଇଯିବା ସହ ୫୦୦୦ ଶ୍ରମିକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ସଂଘର ଅଧ୍ୟକ୍ଷ କେତନ ରାଓ୍ଵଲଙ୍କ କହିବା ଅନୁଯାୟୀ, ସରକାର ଏକ ଦେଶ,ଏକ ଟ୍ୟାକ୍ସ ବୋଲି ଦାବି କରୁଛନ୍ତି । କିନ୍ତୁ ମହାରାଷ୍ଟ୍ରରେ ଭ୍ୟାନିଟି ଭ୍ୟାନ୍ ପାଇଁ ଲଗା ଯାଉଥିବା କର ଅନ୍ୟ ରାଜ୍ୟଠାରୁ ଢ଼େର୍ ଅଧିକ । ଯାହାକୁ କମ କରା ନ ଗଲେ ଆନ୍ଦୋଳନ ଏଭଳି ଜାରି ରହିବ ବୋଲି ସେ କହିଛନ୍ତି ।