ଆତ୍ମଘାତୀ ବିସ୍ଫୋରଣ,୧୫ମୃତ

ଜଲାଲାବାଦ: ପୂର୍ବ ଆଫଗାନିସ୍ତାନର ଜଲାଲାବାଦଠାରେ ଆଜି ଏକ ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟି ଅତି କମ୍‌ରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ଆଉ ୨୦ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିିଛି । ମିଳିଥିବା ଖବର ମୁତାବକ, ଜଣେ ଅବସରପ୍ରାପ୍ତ ଗଭର୍ଣ୍ଣରଙ୍କ ଶେଷକୃତ୍ୟ ପାଇଁ ଲୋକେ ଭିଡ଼ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଏହି ଆକ୍ରମଣ ପାଇଁ ଯଦିଓ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି, ତଥାପି ଏହା ଆଇଏସ୍‌ର କାମ ବୋଲି ସନ୍ଦେହ କରାଯାଉଛି। କାବୁଲର ସିହା ସାଂସ୍କୃତିକ ସଂଗଠନରେ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ୪୧ଜଣଙ୍କର ମୃତ୍ୟୁହେବା ଘଟଣାକୁ ଦୁଇ ଦିନ ନପୂରୁଣୁ ପୁଣିଥରେ ଏଭଳି ଆକ୍ରମଣ ଲୋକଙ୍କୁ ଭୟଭୀତ କରିଛି ।

ସମ୍ବନ୍ଧିତ ଖବର