ନେପାଳ ଜଳ ବିଦ୍ୟୁତ ପ୍ରକଳ୍ପରେ ବୋମା ବିସ୍ଫୋରଣ

କାଠମାଣ୍ଡୁ : ଭାରତ ସହାୟତାରେ ପୂର୍ବ ନେପାଳର ତୁମ୍‌ଲିଙ୍ଗଟର୍‌ରେ ନିର୍ମାାଣ କରାଯାଇଥିବା ଜଳ ବିଦ୍ୟୁତ ପ୍ରକଳ୍ପରେ ଆଜି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଆସନ୍ତା ୧୧ ତାରିଖ ଦିନ ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ଥିବା ବେଳେ ଆଜି ବୋମା ବିସ୍ଫୋରଣ ଯୋଗୁଁ ଏହାର ଅଫିସ୍‌ ଗୃହ ଧୂଳିସାତ ହୋଇଯାଇଛି। ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ ୧୧ ତାରିଖରେ କରାଯିବାକୁ ଯୋଜନା ହୋଇଥିଲା। ଆଜି ବିସ୍ଫୋରଣରେ ୯ଶହ ମେଗାଓ୍ଵାଟ ବିଶିଷ୍ଟ ଅରୁଣ-୩ ପ୍ରକଳ୍ପର ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେପାଳ ସରକାର ସ୍ୱୀକାର କରିଛନ୍ତି । ଖଣ୍ଡାପରୀ-୯ରେ ନବନିର୍ମିତ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇ ଥିବାରୁ ସରକାର ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଅଫିସ୍‌ ଉଡ଼ାଇ ଦିଆଯାଇଛି ଏବଂ ଏଥିରେ ଦେଶ ବିରୋଧୀ ଶକ୍ତିଙ୍କ ହାତ ରହିଛି ବୋଲି ପୁଲିସ କହିଛନ୍ତି। ୨୦୨୦ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟ୪ମ ହେବା ଯୋଜନା ରହିଛି। ଆଜିର ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ବେଳେ ଏବେସୁଦ୍ଧା କୌଣସି ସଂଗଠନ ଏହି କାଣ୍ଡ ପାଇଁ ନିଜକୁ ଦାୟୀ କରିନାହାନ୍ତି। ୨୦୧୪ ମସିହା ନଭେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତତ୍କାଳୀନ ନେପାଳ ପ୍ରଧାନମନ୍ତ୍ରୀ ସୁଶୀଳ କୋଇରାଲ ଅରୁଣ-୩ ପ୍ରକଳ୍ପ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା। ବିସ୍ଫୋରଣରେ ଆର୍‌୍‌ଡିଏକ୍ସ ବ୍ୟବହାର ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର