ବିମାନ ବନ୍ଦରରେ ସିକ୍ୟୁରିଟି ଚେକ୍‌ରେ ବିରକ୍ତ ହୋଇ, ‘ମୋ ବ୍ୟାଗ୍‌ରେ ବୋମା ଅଛି’ ବୋଲି କହି ଫସିଲେ ଯାତ୍ରୀ

ନୂଆଦିଲ୍ଲୀ: ଜୟପୁର ବିମାନ ବନ୍ଦରରେ ଜଣେ ଯାତ୍ରୀ ବ୍ୟାଗରେ ବୋମା ଅଛି ବୋଲି ମିଥ୍ୟା ପ୍ରଚାର କରି ଗିରଫ ହୋଇଥିବା ଜଣା ପଡ଼ିଛି । ନିଜ ବ୍ୟାଗ୍‌ରେ ବୋମା ଅଛି ବୋଲି କହି ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କୁ ଭୟଭୀତ କରାଇବା ସହ ତାଙ୍କର ଏଭଳି କାମ ପାଇଁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନଟି ଅଧଘଣ୍ଟା ବିଳମ୍ବରେ ଜୟପୁର ବିମାବନ୍ଦର ଛାଡ଼ିଥିଲା । ଏହି ଘଟଣା ପରେ ଅଭିଯୁକ୍ତ ଜୟ ପ୍ରକାଶ ଚୈଧୁରୀଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ଜଣା ପଡ଼ିଛି ।

DNA India

ସୂଚନା ମୁତାବକ,ଜୟପୁରର ଚିତ୍ରକୁଟ ନଗରରେ ରହୁଥିବା ଜୟପ୍ରକାଶ ଦିଲ୍ଲୀ ଯିବା ପାଇଁ ଜୟପୁର ବିମାନବନ୍ଦରରେ ପହଞ୍ଚିଥିଲେ । ଇଣ୍ଡିଗୋ ବିମାନ 6E 203ରେ ଜୟପ୍ରକାଶଙ୍କୁ ଯିବାକୁ ଥିବା ବେଳେ ସିକ୍ୟୁରିଟି ଚେକ୍‌କୁ ନେଇ ବିରକ୍ତ ହୋଇ ଯାଇଥିଲେ ଜୟପ୍ରକାଶ । ତାଙ୍କୁ ଦୁଇ ଥର ସିକ୍ୟୁରିଟି ଚେକ୍‌ ପାଇଁ ଡ଼କା ଯିବାରୁ ରାଗରେ ମୋ ବ୍ୟାଗ୍‌ରେ ବୋମା ଅଛି ବୋଲି କହିଥିଲେ । ଯାହାକୁ ଶୁଣି ଉପସ୍ଥିତ ଥିବା ଲୋକମାନଙ୍କ ମନରେ ଡ଼ର ପଶି ଯାଇଥିଲା । ଜୟପ୍ରକାଶଙ୍କ ଏଭଳି କାମ ପାଇଁ ୧୦.୪୦ରେ ଉଡ଼ାଣ ଭରିବାକୁ ଥିବା ବିମାନଟି ୧୧.୧୦ରେ ଜୟପୁର ବିମାବନ୍ଦରରୁ ଉଡ଼ାଣ ଭରିଥିଲା ।

ସମ୍ବନ୍ଧିତ ଖବର