ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲିଖିତ ଏହି ପୁସ୍ତକର ଉଚ୍ଚତା ୫ ଫୁଟ ୭ ଇଞ୍ଚ ଓ ଓଜନ ୬୭ କିଲୋ !

ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲିଖିତ ଏକ ବହି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅହମ୍ମଦାବାଦର ଏକ ପୁସ୍ତକ ମେଳାରେ ମୋଦିଙ୍କ ଲାଇଫ୍ ସାଇଜ୍ କଟଆଉଟ୍ ଆକାରର ପୁସ୍ତକ ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି । ଏହି ବିଶାଳକାର ବହିର ନାମ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଏକ ସକାରାତ୍ମକ ସୋଚ୍ ।

ଏହି ପୁସ୍ତକର ଉଚ୍ଚତା ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ୫ ଫୁଟ ୭ ଇଞ୍ଚ ରହିଛି । ପ୍ରଧାନମନ୍ତ୍ରୀ ମୋଦି ୬୭ ବର୍ଷରେ ପଦାର୍ପଣ କରିଥିବାରୁ ପୁସ୍ତକର ଓଜନ ମଧ୍ୟ ୬୭ କିଲୋ ହିଁ ରଖାଯାଇଛି ।

ସକାରାତ୍ମକ ଚିନ୍ତାଧାର ଯୋଗୁଁ ମଣିଷ ଭିତରେ କିପରି ପରିବର୍ତ୍ତନ ଆସେ, ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି । ତେବେ ଲୋକଙ୍କ ପାଖରେ ପୁସ୍ତକ ପହଞ୍ଚିବା ପାଇଁ  ଛୋଟ ଅାକାରର ପୁସ୍ତକ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହାକୁ ବହୁ ସଂଖ୍ୟାରେ ପାଠକ କିଣୁଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲିଖିତ ଏହି ପୁସ୍ତକକୁ ପ୍ରକାଶିତ କରିଛନ୍ତି ଅହମ୍ମଦାବାଦର ଅପୂର୍ବ ଶାହ । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଜୀବନ ତାଙ୍କ ପାଇଁ ସବୁବେଳେ ପ୍ରେରଣା ସାଜିଛି । ପ୍ରଧାନମନ୍ତ୍ରୀ ଜୀବନରେ ଯେଉଁ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି ସେହି ଦିଗ ଉପରେ ହିଁ ପୁସ୍ତକରେ ଗୁରୁତ୍ୱାରୋପ କରାଯାଇଛି । ପୁସ୍ତକରେ ଲିଖିତ କଥାକୁ ମାନିଲେ ସକରାତ୍ମକ ମନୋଭାବ ଆସିବା ସହ ଜୀବନରେ ପରିବର୍ତ୍ତନ ଆସିବା ସମ୍ଭବ ହେବ କହିଛନ୍ତି ଅପୂର୍ବ ଶାହ ।

ସମ୍ବନ୍ଧିତ ଖବର