ବେଆଇନ୍‌ ଭାରତୀୟ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ସୀମାରେ ଆମେରିକା କରିଥିଲା ସ୍ଥାୟୀ ପାଚେରୀ, ୭୫ ପ୍ରତିଶତ ଅନୁପ୍ରବେଶ ହ୍ରାସ

ଓ୍ଵାଶିଂଟନ: କାଲିଫର୍ଣ୍ଣିଆର ୟୁଏସ୍‌-ମେକ୍ସିକୋ ସୀମାରେ ଆମେରିକା କଂକ୍ରିଟ୍‌ ପାଚେରୀ ନିର୍ମାଣ କରିବା ପରେ ବେଆଇନ୍‌ ଭାବେ ଆମେରିକାରେ ଅନୁପ୍ରବେଶ କରି ଗିରଫ ହେଉଥିବା ଭାରତୀୟଙ୍କ ସଂଖ୍ୟା ୫୬ ପ୍ରତିଶତ ହ୍ରାସ ପାଇଛି ବୋଲି ଆମେରିକାର ଜଣେ ଶୀର୍ଷ ସ୍ତରୀୟ ଅଧିକାରୀ ପ୍ରେସିଡେଣ୍ଟ୍‌ ଡୋନାଲ୍ଡ ଟ୍ରମ୍ପଙ୍କୁ କହିଛନ୍ତି।

ଦେଶରେ ବେଆଇନ୍‌ ଅନୁପ୍ରବେଶ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନ ଦକ୍ଷିଣ ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ କରିଥିବା ସୂଚନା ରହିଛି।

ଶୁକ୍ରବାର କାଲିଫର୍ଣ୍ଣିଆରେ ହୋଇଥିବା ଏକ ଗୋଲ ଟେବଲ୍‌ ବୈଠକରେ ଆମେରିକା-ମେକ୍ସିକୋ ସୀମାର ଡେଲ୍‌ ରିଓ ସେକ୍ଟରର ମୁଖ୍ୟ ପାଟ୍ରୋଲ୍‌ ଏଜେଣ୍ଟ୍‌ ଫେଲିକ୍ସ ଚାଭେଜ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କହିଛନ୍ତି ଯେ ଏହି କଂକ୍ରିଟ୍‌ ପାଚେରୀ ଫେବ୍ରୁଆରିରୁ ଅକ୍ଟୋବର ମାତ୍ର ଆଠ ମାସ ଭିତରେ ସଂପୂର୍ଣ୍ଣ ହୋଇ ପାରିଥିଲା।

ପାଚେରୀକୁ ଦେଖିବା ପାଇଁ ଟ୍ରମ୍ପ ଡେଲ୍‌ ରିଓ ସେକ୍ଟରକୁ ଯାଇ ବୁଲି ଦେଖିଥିଲେ। ଏ ସଂପର୍କରେ ଫେଲିକ୍ସ ଚାଭେଜ କହିଛନ୍ତି ଯେ ୫୬ ପ୍ରତିଶତ ଗିରଫ ହାର ହ୍ରାସ ପାଇଥିବା ବେଳେ ସୀମାରେ ବେଆଇନ୍‌ ଅନୁପ୍ରବେଶ ୭୫ ପ୍ରତିଶତ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର