ଦେଖନ୍ତୁ କିପରି ଭାବରେ ଦୁଇ ଦୁଇଥର ମୃତ୍ୟୁକୁ ଚକ୍‌ମା ଦେଲା ଏହି ବାଳକ, ଭାଇରାଲ ହେବାରେ ଲାଗିଛି ସେ ସମୟର ଭୟାନକ ଭିଡିଓ

ନୂଆଦିଲ୍ଲୀ: ଇଂଲଣ୍ଡରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଚହଳ ପକାଇଛି । ଜଣେ ବାଳକ କିପରି ଦୁଇ ଦୁଇଥର ମୃତ୍ୟୁକୁ ଚକ୍‌ମା ଦେଇଥିଲା, ତାହାର ଭିଡ଼ିଓ ଭାଇରାଲ ହେବା ପରେ ଏବେ ଭିଡିଓଟି ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଇଲଣ୍ଡର ନଟିଂହମ୍‌ରେ ଘଟିଥିବା ସୂଚନା ମିଳିଛି ।

ଭିଡିଓରେ, ନାବାଳକଟି ରାସ୍ତା ପାର୍‌ ହେବା ପାଇଁ ରାସ୍ତାର ଗୋଟେ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଉଥିବା ବେଳେ ହଠାତ୍‌ ଦ୍ରୁତଗତିରେ ଆସୁଥିବା ଗୋଟିଏ କାର୍‌ ତା’ ଆଗକୁ ଆସି ଯାଉଛି । କାର୍‌ର ବେଗ ଅଧିକ ଥିବାରୁ ଚାଳକ ବ୍ରେକ୍‌ ମାରିବାକୁ ଅସମର୍ଥ ହେବା ପରେ ନାବାଳକଟି କାର୍‌ରେ ମାଡ଼ ହୋଇ କିଛି ଦୂରରେ ଯାଇ ପଡ଼ୁଛି । ଏହି ସମୟରେ ପଛ ପଟୁ ଆଉ ଏକ କାର୍‌ ନାବାଳକର ପାଦ ଦେଇ ଗତି କରୁଛି । ଦୁଇ ଥର ଏଭଳି ହେବା ଦେଖି ନାବାଳକଟି ଡ଼ରିବା ସହ ରାସ୍ତାରୁ ଉଠି ପଡ଼ି ଅନ୍ୟ ପାର୍ଶ୍ୱକୁ ଦୌଡ଼ି ପଳାଉଥିବା ଦେଖାଯାଇଛି । ତେବେ ଏତେ ବଡ଼ ଦୁର୍ଘଟଣାରୁ ନାବାଳକଟି ଦୁଇ ଦୁଇଥର ବର୍ତ୍ତିବାର ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯାହାର ଭିଡ଼ିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର