ମୃତ ବୋଲି ଭାବି ନଦୀରେ ଭସାଇ ଦେଇଥିଲେ ପରିବାର ଲୋକେ, ୮ବର୍ଷ ପରେ ଏହି ଋପରେ ଫେରିିଲା ପୁଅ

ବରେଲି : ବରେଲିର ରିଠୋରା ଗ୍ରାମରେ ଶୁକ୍ରବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ୮ବର୍ଷ ତଳେ ମୃତ୍ୟୁବରଣ କରିଥିବା ପୁଅକୁ ଆଖି ଆଗରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ମା’ । ପୁଅକୁ ମୃତ ବୋଲି ଭାବି ନଦୀରେ ଭସାଇ ଦେଇଥିବା ମା’ ୮ବର୍ଷ ପରେ ପୁଅକୁ ଜୀବିତ ଦେଖି ଆଖିରୁ ଧାର ଧାର ହୋଇ ଲୁହ ଝରି ପଡ଼ିଥିଲା ।

अमन
amarujala.com

ସୂଚନା ମୁତାବକ, ରିଠୋରା ଗ୍ରାମରେ ରହୁଥିବା ଅମନଙ୍କୁ ୨୦୧୧ରେ ସାପ କାମୁଡ଼ି ଦେଇଥିଲା । ଘର ଲୋକେ ଅମନଙ୍କ ଚେତା ଫେରାଇ ଆଣିବା ପାଇଁ ଅନେକ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କର ଚେତା ଫେରି ନଥିଲା । ଯାହା ପରେ ସମସ୍ତେ ତାଙ୍କୁ ମୃତ ବୋଲି ଭାବି ରାମଗଙ୍ଗା ନଦୀରେ ଭସାଇ ଦେଇଥିଲେ । ସେ ସମୟରେ ଅମନ ୧୧ବର୍ଷର ଥିଲେ ବୋଲି ଜଣା ପଡ଼ିଛି । କିନ୍ତୁ ଶୁକ୍ରବାର ସେ କିଛି ସାଧୁମାନଙ୍କ ସହ ନିଜ ଗାଁକୁ ଫେରିବା ପରେ ଅମନଙ୍କ ପରିବାର ଲୋକେ ନିଜ ଆଖିକୁ ବିଶ୍ୱାସ କରି ପାରି ନଥିଲେ । ପରେ ଅମନଙ୍କ ସହ ଥିବା ସାଧୁମାନେ ପୂରା ଘଟଣା ଜଣାଇଥିଲେ । କିଛି ସାଧୁ ଅମନଙ୍କୁ ନଦୀରେ ଭାସୁଥିବା ଦେଖି ତାଙ୍କ ଜୀବନ ବଞ୍ଚାଇବା ସହ ତାଙ୍କୁ ପାଳିବା ଆରମ୍ଭ କରିଥିଲେ । ଯାହା ପରେ ଧିରେ ଧିରେ ଅମନ ସାଧୁମାନଙ୍କ ସହ ବିଭିନ୍ନ ସହର ବୁଲିବା ଆରମ୍ଭ କରିଥିଲେ । ଶେଷରେ ଏବେ ସେ ନିଜ ଗାଁରେ ଓ ପରିବାର ପାଖରେ ପହଞ୍ଚି ପାରିଥିଲେ ମଧ୍ୟ ସେ ସାଧୁମାନଙ୍କ ସହ ଫେରିଯିବାକୁ ଜିଦ୍‌ ଧରି ବସିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର