ମାଇକେଲ ଜାକ୍‌ସନଙ୍କ ଭଳି ଦେଖାଯିବା ପାଇଁ ୨୧ଲକ୍ଷ ଟଙ୍କା ଖର୍ଚ୍ଚ କରି ୧୧ଥର ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଯୁବକ, କିନ୍ତୁ…

ନୂଆଦିଲ୍ଲୀ: ମାଇକେଲ ଜାକ୍‌ସନ୍‌ ଆମେରିକାର ଜଣେ ପ୍ରସିଦ୍ଧ ପପ୍‌ କଣ୍ଠଶିଳ୍ପୀ ଥିଲେ । ତାଙ୍କ ଗାୟିକି ଏବଂ ତାଙ୍କ ଗାଇବାର ଅନ୍ଦାଜ ପାଇଁ ସମସ୍ତେ ତାଙ୍କର ଫ୍ୟାନ୍‌ ଥିଲେ । ତାଙ୍କର ମୃତ୍ୟୁକୁ ଏବେ ୯ବର୍ଷ ହୋଇ ଯାଇଥିଲେ ମଧ୍ୟ ଏବେ ବି ଲୋକେ ତାଙ୍କୁ ମନେ ରଖିବା ସହ ସେ କରୁଥିବା ଜିନିଷ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ପ୍ରତି ପ୍ରଶଂସକମାନଙ୍କ ପାଇଁ ସେମାନଙ୍କ କଳାକାର ଭଗବାନ ସଦୃଶ ହୋଇଥାନ୍ତି । ଯାହା ଆର୍ଜେଣ୍ଟିନାର ଜଣେ ଯୁବକ ପ୍ରମାଣ କରିଛନ୍ତି । ମାଇକେଲ ଜାକ୍‌ସନଙ୍କ ଭଳି ଦେଖାଯିବା ପାଇଁ ସେ କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୨ବର୍ଷୀୟ ଲିୟୋ ମାଇକେଲଙ୍କ ଭଳି ଦେଖାଯିବା ପାଇଁ ୧୧ଥର ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି । ଯାହା ପାଇଁ ସେ ୨୧ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିଛି । ମାତ୍ର ୧୫ ବର୍ଷ ବୟସରେ ଲିୟୋ ମାଇକେଲଙ୍କ ଭଳି ଦେଖାଯିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Kenyan Digest

ଏକ ସାକ୍ଷାତକାରରେ ଲିୟୋ ନିଜ ବିଷୟରେ ଜଣାଇଥିଲେ । ମୁଁ ୭ବର୍ଷ ମଧ୍ୟରେ ପ୍ଲାଷ୍ଟିକ୍‌ ସର୍ଜରୀ କରିବା ପାଇଁ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛି । କେବଳ ନାକର ହିଁ ମୁଁ ୪ଥର ସର୍ଜରୀ କରିଛି । କିନ୍ତୁ ଏତେ ପରେ ବି ମୋତେ ଲାଗୁନି ମୁଁ ପୂରା ମାଇକେଲ ଜାକ୍‌ସନଙ୍କ ଭଳି ଦିଶୁଛି । ସେଥି ପାଇଁ ମୁଁ ଆଉ କିଛି ସର୍ଜରୀ କରିବି ବୋଲି ଚିନ୍ତା କରୁଛି ବୋଲି କହିଛନ୍ତି ଲିୟୋ । କିନ୍ତୁ ଲିୟୋଙ୍କ ଏହି ନିଷ୍ପତ୍ତି ତାଙ୍କ ପରିବାରକୁ ଅସୁବିଧାରେ ପକାଇଛି । ବେଳେ ବେଳେ ତାଙ୍କ ମା’ ଲିୟୋଙ୍କୁ ଦେଖି ଚିହ୍ନି ପାରୁ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର