ମୁସ୍‌ଲିମ୍‌ ମହିଳାଙ୍କୁ ବିବାହ କରି ଉଦାହରଣ ସୃଷ୍ଟି କଲେ ବ୍ରାହ୍ମଣ ଯୁବକ

ବେଙ୍ଗାଲୁରୁ : ଜଣେ ମୁସ୍‌ଲିମ୍‌ ମହିଳାଙ୍କୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି କର୍ଣ୍ଣାଟକରେ ରହୁଥିବା ବ୍ରାହ୍ମଣ ଯୁବକ । ଆଜିକା ଦିନରେ ମଧ୍ୟ ଜାତିବାଦକୁ ନେଇ କଳହ ଲାଗି ରହିଥିବା ବେଳେ ଭିନ୍ନ ଧର୍ମର ଝିଅକୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି କର୍ଣ୍ଣାଟକର ବିକ୍ରମ । ବିକ୍ରମ ୪ବର୍ଷ ହେବ ଆଶ୍ରୟ ଗୃହରେ ରହୁଥିବା ମୁସ୍‌ଲିମ୍‌ ମହିଳା ଶବାନାଙ୍କୁ ପ୍ରେମ ବିବାହ କରିବା ଘଟଣା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଆଜିକାଲି ଜାତିକୁ ନେଇ ଝଗଡ଼ା ହେଉଥିବା ବେଳେ ବିକ୍ରମ ଭିନ୍ନ ଧର୍ମର ଝିଅକୁ କିପରି ବିବାହ କଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ଏ ନେଇ ବିକ୍ରମଙ୍କୁ ପଚାରାଯିବା ପରେ ସେ କହିଛନ୍ତି, ପ୍ରଥମେ ମୁଁ ମଧ୍ୟ ଠିକ୍‌ ଆପଣଙ୍କ ପରି ଭାବିଥିଲି ।

ଅଲଗା ଧର୍ମର ଝିଅକୁ ବିବାହ ପାଇଁ ଘରେ କେବେ ହେଲେ ରାଜି ହେବେ ନାହିଁ । କିନ୍ତୁ ପରେ ଶବାନାଙ୍କୁ ହିଁ ବିବାହ କରିବି ବୋଲି ନିଷ୍ପତ୍ତି ନେବା ପରେ ମୁଁ ଆଉ ପଛକୁ ହଟି ନଥିଲି । ସବୁଠାରୁ ଅଶ୍ଚର୍ଯ୍ୟ ମୋତେ ସେତେବେଳେ ଲାଗିଲା ଯେତେବେଳେ ମୋ ପସନ୍ଦର ଝିଅ ଅନ୍ୟ ଧର୍ମର ବୋଲି ଜାଣି ମଧ୍ୟ ମୋ ପରିବାର ଲୋକେ କିଛି କହି ନଥିଲେ । ବିରୋଧ କରିବା ଅପେକ୍ଷା ସେ ମୋ କଥାକୁ ଖୁବ୍‌ ସହଜରେ ମାନି ଯାଇଥିଲେ ।’

ସମ୍ବନ୍ଧିତ ଖବର