ଋଷିଆରେ ନିର୍ମାଣ ଚାଲିଥିବା ଯୁଦ୍ଧ ଜାହଜରେ ଖଞ୍ଜାଯିବ ବ୍ରହ୍ମୋସ କ୍ଷେପଣାସ୍ତ୍ର

୩ ହଜାର କୋଟିର ସାମରିକ କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ : ଋଷିଆରେ ଭାରତର ଦୁଇଟି ଯୁଦ୍ଧ ଜାହଜ ନିର୍ମାଣ ଚାଲିଛି । ଏହି ଜାହଜରେ ଲାଗିବାକୁ ଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପାଇଁ କେନ୍ଦ୍ର ସରକାର ଆଜି ପ୍ରାୟ ୩ ହଜାର କୋଟି ଟଙ୍କା ମଂଜୁର କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା କ୍ରୟ ପରିଷଦ ମଂଜୁରୀ ଦେଇଛି । ଏହା ଛଡା ଭାରତୀୟ ସେନା ପାଇଁ ଆର୍ମରଡ ରିକଭରୀ ଭେହିକ୍ଲ ଏମବିଟି ଅର୍ଜୁନ କ୍ରୟ ପ୍ରସ୍ତାବକୁ ମଧ୍ୟ ପରିଷଦ ମଂଜୁରୀ ଦେଇଛି । ଭାରତର ନୌସେନା ମୁଖ୍ୟ ସୁନୀଲ ଲାମ୍ବା ସୋମବାରଠାରୁ ଋଷିଆଗ୍ରସ୍ତରେ ଯାଉଥିବାବେଳେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନୌସେନା ମୁଖ୍ୟଙ୍କ ଋଷିଆଗ୍ରସ୍ତ କାଳରେ ଉଭୟ ପକ୍ଷ ମଧ୍ୟରେ ସାମରିକ ସଂପର୍କକୁ ଆହୁରି ସୁଦୃଢ କରିବା ଉପରେ ଆଲୋଚନା ହେବ ।

ଗତ ଅକ୍ଟୋବର ମାସରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗ୍ରସ୍ତକାଳରେ ଦୁଇ ଦେଶ ମଧ୍ୟରେ େକେତେକ ଗୁରୁତ୍ୱପୂର୍ଣ୍ଣ ସମାରିକ କ୍ରୟ ଚୁକ୍ତି ହୋଇଥିଲା । ଭାରତ ୯୫୦ ନିୟୁତ ଡଲାର ବିନିମୟରେ ଋଷିଆଠାରୁ ଦୁଇଟି ନୂଆ ଯୁଦ୍ଧ ଜାହଜ ଖରିଦ ପାଇଁ ଚୁକ୍ତି କରିଛି ।

ସମ୍ବନ୍ଧିତ ଖବର