ସୁପର ୩୦ ସଂସ୍ଥାପକଙ୍କୁ ବ୍ରେନ ଟ୍ୟୁମର, ନିଜେ କଲେ ଖୁଲାସା

ପାଟନା: ସୁପର ୩୦ ସଂସ୍ଥାପକ ଆନନ୍ଦ କୁମାର ବ୍ରେନ ଟ୍ୟୁମର ସମସ୍ୟାରେ ପୀଡିତ ଅଛନ୍ତି | ଖୋଦ ଆନନ୍ଦ କୁମାର ଏକ ସାକ୍ଷାତକାରରେ ନିଜେ ଖୁଲାସା କରିଛନ୍ତି | ସେ କହିଛନ୍ତି ବଞ୍ଚିଥିବା ଭିତରେ ନିଜ ଉପରେ ଆଧାରିତ ଫିଲ୍ମକୁ ଦେଖିବାକୁ ସେ ଚାଁହୁଛନ୍ତି | ନିଜ ସଂଘର୍ଷପୂର୍ଣ୍ଣ ଯାତ୍ରାକୁ ସେ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଦେଖିବାକୁ ଚାଁହୁଛନ୍ତି ବୋଲି ଆନନ୍ଦ କୁମାର କହିଛନ୍ତି |

ଆସନ୍ତାକାଲି ଏହି ଫିଲ୍ମ ସାରା ଭାରତରେ ରିଲିଜ ହେବାକୁ ଯାଉଛି | ସାକ୍ଷାତକାର ସମୟରେ ଆନନ୍ଦ ବେଶ ଭାବୁକ ହୋଇପଡିଥିବାବେଳେ ଜୀବନ ଓ ମୃତ୍ୟୁ ମଧ୍ୟରେ କିଭଳି ସେ ବଞ୍ଚୁଛନ୍ତି କହିଥିଲେ | ସାକ୍ଷାତକାରରେ ଆନନ୍ଦ କହିଛନ୍ତି ଯେ ଏତେ କମ ବୟସରେ ବାୟୋପିକ ପାଇଁ ହଁ କହିବା ପଛରେ କେବଳ ଏହି କାରଣ ଥିଲା |

ସେ ଚାଁହୁଥିଲେ ଯେ ତାଙ୍କ ମୃତ୍ୟୁ ପୂର୍ବରୁ ଯେଭଳି ସେ ନିଜ ଉପରେ ଆଧାରିତ ଫିଲ୍ମକୁ ଦେଖିପାରିବେ | ଆନନ୍ଦଙ୍କ କହିବା ମୁତାବକ ୨୦୧୪ରେ ଯାଞ୍ଚ ସମୟରେ ଟ୍ୟୁମର ହୋଇଥିବା ନେଇ ଜଣାପଡିଥିଲା | ୨୦୧୪ ବ୍ୟାଚର ଜଣେ ଛାତ୍ର କେବଳ ଏହି ବାବଦରେ ଜାଣିଛନ୍ତି ଏବଂ ପ୍ରାୟ ସମୟରେ ସେ ସାନ୍ତ୍ୱନା ଦିଅନ୍ତି ବୋଲି ଆନନ୍ଦ କୁହନ୍ତି | ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରିତୀକ ରୋଶନ ଅଭିନୟ କରିଥିବାବେଳେ ଏହାର ଟ୍ରେଲର ବେଶ ଲୋକପ୍ରିୟ ହୋଇପାରିଥିଲା |

ସମ୍ବନ୍ଧିତ ଖବର