ରାଷ୍ଟ୍ରପତିଙ୍କ ସହିତ ଜୁମ୍‌ କନ୍‌ଫରେନ୍ସ ଚାଲୁଥିବା ସମୟରେ ହଠାତ ନଗ୍ନ ଅବସ୍ଥାରେ ନଜର ଆସିଲେ ବ୍ୟବସାୟୀ

ନୂଆଦିଲ୍ଲୀ: ବ୍ରାଜିଲ୍‌ରେ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କ ସହିତ ଏକ ଜୁମ୍‌ କନ୍‌ଫରେନ୍ସ  ଚାଲୁଥିବା ସମୟରେ ଜଣେ ବ୍ୟବସାୟୀଙ୍କୁ ଏଥିରେ ନଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଘଟଣା ସାଓ ପାଲୋ ବ୍ୟବସାୟୀ ସଂଘ ଫେଡରେସନ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ପାଉଲୋ ସ୍କାଫ୍‌ଙ୍କ ଦ୍ୱାରା ଆୟୋଜିତ ଏକ ବୈଠକ ସମୟରେ ଘଟିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜୁମ୍‌ ମିଟିଂର ସ୍କ୍ରିନ୍‌ଗ୍ରାବରେ ଦେଖିବାକୁ ମିଳୁଛି, ଅନେକ ବ୍ୟବସାୟୀ ଉକ୍ତ ମିଟିଂରେ ଉପସ୍ଥିତ ଅଛନ୍ତି। ଏହି କ୍ରମରେ ଜଣେ ବ୍ୟବସାୟୀ ଏଥିରେ ବିନା ପୋଷାକରେ ଥିବା ବି ନଜରକୁ ଆସୁଛନ୍ତି। ଯାହାକୁ ମିଟିଂରେ ଉପସ୍ଥିତ ଥିବା ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେବା ସହତ ଅସ୍ୱାଭାବିକ ଅନୁଭବ କରିଥିଲେ।

କରୋନାଭାଇରସ୍‌ ମହାମାରୀ ସମୟରେ ଘରେ ରହି କାମ କରୁଥିବା ସମୟରେ ଭିଡିଓ କଲ ଓ ଭର୍ଚୁଆଲ ମିଟିଂ ବୃଦ୍ଧି ପାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ଜଣେ ସମ୍ବାଦଦାତା ବିନା ପ୍ୟାଣ୍ଟରେ କ୍ୟାମେରା ସାମ୍ନାକୁ ଚାଲି ଆସିଥିଲେ। ସେହିପରି ଆମେରିକା ସୁପ୍ରିମକୋର୍ଟରେ ଟେଲିକନ୍‌ଫରେନ୍ସ ପ୍ରୟୋଗ ସମୟରେ ଶୌଚାଳୟରେ ପାଣି ଢ଼ାଳୁଥିବା ଭଳି ଶବ୍ଦ ଶୁଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର