ବ୍ରେକ୍‌ଜିଟ୍‌ ଖାରଜ: ଇସ୍ତଫା ଦେଇପାରନ୍ତି ଥେରେସା

ଲଣ୍ଡନ: ବ୍ରିଟେନ ସଂସଦରେ ପ୍ରଧନମନ୍ତ୍ରୀ ଥେରେସା ମେ’ଙ୍କ ବ୍ରେକ୍‌ଜିଟ୍‌ ବୁଝାମଣା ଖାରଜ ହୋଇଯିବା ପରେ ସରକାରଙ୍କ ସଙ୍କଟ ବଢ଼ିଯାଇଛି। ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା ପରେ ୟୁରୋପୀୟ ଅଧିକାରୀଙ୍କ ସହିତ ଯେଉଁ ବୁଝାମଣା ହୋଇଥିଲା ତାହାକୁ ସଂସଦ ମଂଜୁରି ଦେଇନାହିଁ ଏବଂ ଏକ ବଡ଼ ଭୋଟ୍‌ ବ୍ୟବଧାନରେ ଏହା ଖାରଜ ହୋଇଛି। ବେକ୍‌ଜିଟ୍‌ ସପକ୍ଷରେ ୨୦୨ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୪୩୨ ସାଂସଦ ଭୋଟ୍‌ ଦେଇଥିଲେ। ବ୍ରିଟେନ ସଂସଦୀୟ ଇତିହାସରେ ଏହି ବଡ଼ ପରାଜୟ ଥେରେସାଙ୍କ ରାଜନୈତିକ ସ୍ଥିତିକୁ ଦୋହଲାଇ ଦେଇଛି। ବିରୋଧୀ ଦଳ ଲେବର ପାର୍ଟି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ଏହା ପାରିତ ହେଲେ ଥେରେସା ତାଙ୍କ ପଦରୁ ଇସ୍ତଫା ଦେବେ।

ସମ୍ବନ୍ଧିତ ଖବର