ଫେସବୁକ ଚାଟିଙ୍ଗରେ ପ୍ରେମ, ବିଦେଶରୁ ଆସିଲା କନିଆଁ

ଉଦୟପୁର: କୁହାଯାଏ ପ୍ରେମ ମାନେନା ପରିବାରର ଲାଂଛନା, ସମାଜର ନିନ୍ଦା, ବୟସର ସୀମା, ଛୁଆଁ ଅଛୁଆଁ ଭେଦଭାବ । ସତ ପ୍ରେମ ହେଲେ କିଛି ଦେଖାଯାଏନି ,ସବୁ କିଚ୍ଛି ତୁଚ୍ଛ କରି ନିଜ ପ୍ରେମର ଦୁନିଆରେ ହଜିଯାଆନ୍ତି ସଚ୍ଚାପ୍ରେମୀମାନେ । କେତେବେଳେ ପ୍ରେମ ସମାଜର ଯାତନାକୁ ହସି ହସି ପାର କରିଯାଏ ଓ ଆଉ କେତେବେଳେ ପାର କରିଯାଏ ସାତ ସମୁଦ୍ରର ଦୂରତା । କିଛି ଏମିତି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଉଦୟପୁରରେ । ନିଜ ପ୍ରେମିକ ସହ ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ସାତ ସମୁଦ୍ର ପାର କରି ସୂଦୁର ଟେକ୍ସାସରୁ ପ୍ରେମିକା ଚାଲିଆସିଛି ।

Representative Image
News Nation

ସେମିତି ଏକ ନିସ୍ୱାର୍ଥପର ପ୍ରେମ ଜଣେ ଆମେରିକୀୟ ଯୁବତୀ ଷ୍ଟେଫ ଓ ରାଜସ୍ଥାନର ଯୁବକ ବୈଭବଙ୍କ ଭିତରେ ଦେଖିବାକୁ ମିଳିଛି । ଫେସବୁକରେ ଚାଟିଙ୍ଗ କରୁକରୁ ଦୁହିଁଙ୍କର ବନ୍ଧୁତା ଧୀରେ ଧୀରେ ନିବିଡ ପ୍ରେମର ରୂପ ନେଇଯାଏ । ପ୍ରଥମେ ଦୋସ୍ତି ଆଉ ଏବେ ସାତ ଜନମର ଦୁହେଁ ସାଥୀ ହୋଇଯାଇଛନ୍ତି । ବୈଭବ ରାଜସ୍ଥାନର ରାଜସମଂଦ ଜିଲ୍ଲାର ହୋଇଥିବାବେଳେ ଷ୍ଟେଫ ସୂଦୁର ଆମେରିକାର ଟେକ୍ସାସରୁ ଆସିଛନ୍ତି । ସାତ ବର୍ଷର ଏ ପ୍ରେମ ଏବେ ଦୁହିଁଙ୍କୁ ଅତୁଟ ବନ୍ଧନରେ ବାନ୍ଧିଛି ।

ତିନି ବର୍ଷ ପୂର୍ବର ଷ୍ଟେଫ ବୁଲିବା ପାଇଁ ଉଦୟପୁର ଆସିଥିଲେ ଯାହାକି ତାଙ୍କର ପ୍ରଥମ ଭେଟ ଥିଲା । ଏହା ପରେ ଦୁହେଁ ଦୁହିଁଙ୍କୁ ଜୀବନ ସାଥୀ କରିବାକୁ ଇଚ୍ଛା କରନ୍ତି । ଦୁହେଁ ନିଜ ନିଜ ପରିବାରକୁ ଏଥିପାଇଁ ରାଜି କଲା ପରେ ୧୧ ଡିସେମ୍ବର ୨୦୧୯ ରେ ରାଜସ୍ଥାନର ଜଗଦୀଶ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି |

ସମ୍ବନ୍ଧିତ ଖବର