ଡାଲିରେ ବିଷ ମିଶାଇଥିଲେ ବୋହୂ :୫ ସମ୍ପର୍କୀୟ ମୃତ

ମୁମ୍ବାଇ : ଡାଲିରେ ବିଷ ଦେଇ ୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଜି ମହାରାଷ୍ଟ୍ର ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ବର୍ଣ୍ଣ କଳା ହୋଇଥିବାରୁ ଏବଂ ଭଲ ରୋଷେଇ ଆସୁନଥିବାରୁ ମହିଳା ଜଣଙ୍କ ସବୁବେଳେ ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ଦ୍ୱାରା ନିର୍ଯାତିତ ହୋଇ ଆସୁଥିଲେ। ଏହାର ପ୍ରତିଶୋଧ ନେବାକୁ ସେ ଏଭଳି କାଣ୍ଡ ଘଟାଇଛନ୍ତି। ପୁଲିସ ସୂତ୍ରରୁ ଜଣାଯାଇଛି ଯେ ମୁମ୍ବାଇଠାରୁ ୭୦ କିମି ଦୂର ଖାଲାପୁରରେ ଜଣେ ୨୩ ବର୍ଷୀୟା ମହିଳା ପ୍ରଦୁନ୍ୟା ସାର୍ଭେସ୍‌ ଶଶୁରଘର ଲୋକଙ୍କୁ ମାରିବାପାଇଁ ଡାଲିରେ ବିଷ ମିଶାଇଥିଲେ। କିନ୍ତୁ ମହିଳାଙ୍କ ଶଶୁର ଘର ଲୋକେ ଏହାକୁ ଖାଇବା ବଦଳରେ ତାଙ୍କର ୫ ଜଣ ସମ୍ପର୍କୀୟ ଏହି ଡାଲି ଖାଇ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର