ବିବାହ ଭୋଜିରେ ମିଳିଥିବା ଉପହାରକୁ ଖୁସିରେ ଉପରକୁ ଫିଙ୍ଗିଦେଲେ ନବବଧୂ, ତା’ପରେ କ’ଣ ହେଲା ଦେଖନ୍ତୁ?

ବେଜିଂ : ଯଦି ଆପଣ ସୋନମ ଏବଂ ଆନନ୍ଦ ଆହୁଜାଙ୍କ ବିବାହର ଫଟୋକୁ ଦେଖି ଦେଖି ଥକି ଗଲେଣି ତେବେ ଏ ଖବର ଉପରେ ଟିକେ ନଜର ପକାନ୍ତୁ । ସୋସିଆଲ ମିଡିିଆରେ ସୋନମଙ୍କ ବିବାହ ସହିତ ଆଉ ଏକ ବିବାହ ଭୋଜିର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ନବବିବାହିତା ଜଣକ କିଛି ଏମିତି କରିଛନ୍ତି ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ବିବାହରେ ନବବିବାହିତା ଜଣକ ଏତେ ଖୁସି ହୋଇଗଲେ ଯେ ତାଙ୍କ ଖୁସୀ ଅନ୍ୟମାନଙ୍କୁ ଭାରୀ ପଡ଼ିଲା । ଅଧିକ ଖୁସି ହୋଇ ନବବିବାହିତା ଜଣକ ହାତରେ ଧରିଥିବା ଫୁଲତୋଡ଼ାକୁ ଉପରକୁ ଫିଙ୍ଗି ଦେଇଥିଲେ । କିନ୍ତୁ ତାଙ୍କୁ ଜଣା ନ ଥିଲା ତାଙ୍କର ଏହି କାମ ଅନ୍ୟକୁ କେତେ ଭାରୀ ପଡ଼ିବ । ନବବିବାହିତା ଜଣକ ଫୁଲତୋଡ଼ାକୁ ଏତେ ଜୋର୍‌ରେ ଉପରକୁ ଫିଙ୍ଗିଥିଲେ ଯେ ପୂରା ଛାତ ତଳକୁ ଖସି ପଡ଼ିଥିଲା । ଏହି ଘଟଣାଟି ଚୀନ୍‌ରେ ଘଟିଥିବା ବେଳେ ଏବେ ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ନବବିବାହିତା ଜଣଙ୍କ ଫୁଲତୋଡ଼ା ଫିଙ୍ଗିବାର ବିଧିକୁ ପୂରଣ କରିବାକୁ ଯାଇ ଏପରି ଘଟିଥିବା ଜଣାପଡ଼ିଛି । ବିଧି ଅନୁସାରେ ନବବିବାହିତାଙ୍କୁ ଫୁଲତୋଡ଼ା ବର ପାଖକୁ ଫିଙ୍ଗିବାର ଥିଲା । କିନ୍ତୁ ସେ ଏତେ ଜୋର୍‌ରେ ଫିଙ୍ଗିଥିଲେ ଯେ ତାହା ବର ପାଖକୁ ନ ଯାଇ ସିଧା ଉପରକୁ ଚାଲି ଯାଇଥିଲା । ଯାହାର ପ୍ରଭାବରେ ହୋଟେଲର ଛାତ ତଳକୁ ଗଳି ପଡ଼ିଥିଲା । କିନ୍ତୁ ଛାତ ଫାଇବରର ଥିବାରୁ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର