କନ୍ୟା ଘର ପାଖରେ ପହଞ୍ଚି ସାରିଥିଲେ ବରଯାତ୍ରୀ, ସାଙ୍ଗ ଆସି କାନରେ ଏ କଥା କହିବା ପରେ ନାଚ ବନ୍ଦ କରିବାକୁ କହିିଲା ବର

କୁରୁକ୍ଷେତ୍ର(ହରିୟାଣା) : ବିିବାହ ସମୟରେ କୌଣସି ଅଘଟଣ ଘଟି ବିବାହ ଭାଙ୍ଗିବା ଖବର କିଛି ନୂଆ ନୁହେଁ। ଅନେକ ସମୟରେ ଏଭଳି ଘଟଣା ଆଖି ଆଗକୁ ଆସିଥାଏ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ । କିଛି ସେମିତି ଘଟିଛି ହରିୟାଣାର କୁରୁକ୍ଷେତ୍ରରେ । ରବିବାର ବରଯାତ୍ରୀ ନେଇ କନ୍ୟା ଘର ପାଖରେ ପହଞ୍ଚି ସାରିଥିଲା ବର । କିନ୍ତୁ କିଛି ଦୂର ପୂର୍ବରୁ ସବୁ ବନ୍ଦ ହୋଇ ଯାଇଥିଲା । ବରଯାତ୍ରୀ ନାଚିବା ବନ୍ଦ କରି ଦେବା ସହ ବାଜା ବାଣ ବନ୍ଦ ହୋଇ ଯାଇଥିଲା । ବରର ସାଙ୍ଗ ଯେଉଁ କଥା ଆସି କାନରେ କହିଥିଲା, ତାହାକୁ ଶୁଣି ବରର ପାଦ ତଳୁ ମାଟି ଖସି ଯାଇଥିଲା ।

Dainik Bhaskar

ସୂଚନା ମୁତାବକ, କନ୍ୟା ଘରେ ପହଞ୍ଚିବା ପୂର୍ବରୁ କନ୍ୟା ଫେରାର ହୋଇ ଯାଇଥିବା ଜାଣିବାକୁ ପାଇଥିଲା ବର । ପାର୍ଲରକୁ ସଜ ହେବା ପାଇଁ ଯାଇଥିବା ବେଳେ କନ୍ୟା ଆଉ ଘରକୁ ଫେରି ନଥିଲା । ବିବାହ ସମୟ ଗଡ଼ିଯିବା ପରେ ମଧ୍ୟ କନ୍ୟାର କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ପୁଲିସରେ ଖବର ଦେଇଥିଲେ । ଏବେ ପୁଲିସ କନ୍ୟାକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର