ଦିଲ୍ଲୀରେ ବରଙ୍କୁ ଗୁଳିମାଡ଼ : ଚିକିତ୍ସା ପରେ ବେଦିକୁ ଫେରିଲେ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମଦନଗିର୍‌ରେ ବରଯାତ୍ରୀ ନେଇ ବାହା ହେବାକୁ ଯାଉଥିବା ଜଣେ ବରଙ୍କୁ ବିବାହ ମଣ୍ଡପଠାରୁ ମାତ୍ର ୪୦୦ ମିଟର ଦୂରରେ ଗୁଳିମାଡ଼ ହୋଇଛି। ୨୫ ବର୍ଷୀୟ ବର ବାଦଲଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିଲା। ହସ୍ପିଟାଲ୍‌ରେ ୩ ଘଣ୍ଟାର ଚିକିତ୍ସା ପରେ ସେ ପୁଣି ବିବାହ ମଣ୍ଡପକୁ ଫେରି ବିବାହ କରିଛନ୍ତି। ଗତରାତିରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମା‌ନେ ଗୁଳିମାଡ଼ କରି ଖସି ପଳାଇଛନ୍ତି।

ସମ୍ବନ୍ଧିତ ଖବର